Masthead

‘ରାଜ୍ୟରେ ୧୨ ଟି ବିଶ୍ୱବିଦ୍ୟାଳୟରେ ୨୪୩ ଟି ଶିକ୍ଷକ ପଦବୀ ମଧ୍ୟରୁ ୧୮୧ ଟି ପଦବୀ ଖାଲି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ। କହିଛନ୍ତି ବିଶ୍ଵବିଦ୍ୟାଳୟରେ ୫୭% ଶିକ୍ଷକ ଓ ୫୮% ଅଣ ଶିକ୍ଷକ ପଦବୀ ଖାଲି ରହିଛି । ରାଜ୍ୟର ପ୍ରତିଷ୍ଠିତ ୧୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଧରଣୀଧର ଏବଂ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ କୌଣସି ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମଞ୍ଜୁରୀ ଦିଆଯାଇ ନଥିବାବେଳେ, ଅବଶିଷ୍ଟ ୧୨ ବିଶ୍ୱବିଦ୍ୟାଳୟରୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀ ପ୍ରାପ୍ତ ୬ଟି ପ୍ରଫେସର ୧୨ଟି ଆସୋସିଏଟ ପ୍ରଫେସର ଏବଂ ୩୨ ଆସିଷ୍ଟାଣ୍ଟ ପ୍ରଫେସର, ସମୁଦାୟ ୫୦ ଟି ପଦବୀ ମଧ୍ୟରୁ ଗୋଟେ ବି ପଦବୀ ପୂରଣ ହୋଇନାହିଁ ।

ଏହି ପୂରାତନ ବିଶ୍ୱବିଦ୍ୟାଳୟରେ କେବଳ ୭ଜଣ ଅଣଶିକ୍ଷକ ପଦବୀରେ ପାଠ ପଢାଯାଉଛି । ରାଜ୍ୟରେ ୧୨ ଟି ବିଶ୍ୱବିଦ୍ୟାଳୟରେ ୨୪୩ ଟି ଶିକ୍ଷକ ପଦବୀ ମଧ୍ୟରୁ ୧୮୧ ଟି ପଦବୀ ଖାଲି । ଅର୍ଥାତ ୫୬.୯୩ ପ୍ରତିଶତ ପଦବୀ ଖାଲି ପଡିଛି । ତେବେ ଅଣଶିକ୍ଷକ ପଦବୀ ୨୬୯୩ଟି ମଧ୍ୟରୁ ୧୫୩୪ ପଦବୀ ଖାଲି ପଡିଛି । ଅର୍ଥାତ ୫୮.୧୨ ପ୍ରତିଶତ ପଦବୀ ଖାଲି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ