Masthead

ଧୋନୀଙ୍କ ୧୧୦ ମିଟର ଛକା ସାଜିଲା ପ୍ରତିବନ୍ଧକ! ପ୍ଲେଅଫରୁ ବିଦା ହେଲା ଚେନ୍ନାଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଇପିଏଲ ୨୦୨୪ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ହାରି ବ୍ୟାଟିଂ କରିଥିବା ଆରସିବ ଅଧିନାୟକ ଫାଫ୍‌ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟରେ ୨୧୮ ରନ୍‌ କରିଥିଲା। ୧୮ ରନ୍‌ରେ ବିଜୟ ତଥା ୧୮ ଓଭର ମଧ୍ୟରେ ରନ୍‌ରେ ପିଛା କରି ଜିତିବାର ଚାପ ଆରସିବି ଉପରେ ରହିଥିଲେ ମଧ୍ୟ ଏହାର ବୋଲର ମାନେ ଚମତ୍କାର ବୋଲିଂ କରି ଚେନ୍ନାଇକୁ ୧୯୧/୭ରେ ସୀମିତ ରଖିଥିଲେ। ପ୍ରଥମ ୮ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ଆରସିବି ଏହାର ଅନ୍ତିମ ୬ ମ୍ୟାଚ୍‌ ଜିତି ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଫାଫଙ୍କ ଅର୍ଦ୍ଧଶତକ ସହ ପଟିଦାର ଓ ଗ୍ରୀନଙ୍କ ଉପଯୋଗୀ ବ୍ୟାଟିଂ ଓ ଅନ୍ତିମ ଓଭରରେ ୟଶ ଦୟାଲଙ୍କ ଘାତକ ବୋଲିଂ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଆରସିବି। ୨୧୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇକୁ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ୨୦୨ ରନ୍‌ ଆବଶ୍ୟକ ଥିଲା।  ତେବେ ଦଳ ପ୍ରଥମ ବଲ୍‌ରେ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉଇକେଟ ହରାଇଥିଲା।

ଡାରିଲ୍‌ ମିଚେଲ୍‌ ମଧ୍ୟ ମାତ୍ର ୪ ରନ୍‌ କରି ୟଶ ଦୟାଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରାଚିନ୍‌ ରବୀନ୍ଦ୍ର(୬୧) ଓ ଅଜିଙ୍କ୍ୟ ରାହାନେ(୩୩) ତୃତୀୟ ଉଇକେଟରେ ୬୬ ରନ୍‌ ଯୋଡିଥିଲେ। ତେବେ ରାହାନେ ଆଉଟ ହେବା ପରେ ଚେନ୍ନାଇ ଇନିଂସ ଦିଗହରା ହୋଇ ଯାଇଥିଲା। ଭୁଲ ବୁଝାମଣା କାରଣରୁ ରବୀନ୍ଦ୍ର ରନ୍‌ ଆଉଟ ହୋଇଥିବା ବେଳେ ଦୁବେ ୧୫ ବଲ୍‌ରୁ ୭ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ରବୀନ୍ଦ୍ର ୩୭ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ୪୨ ଓ ମହେନ୍ଦ୍ର ସିଂ ଧୋନୀ ୨୫ ରନ୍‌ କରିଥିଲେ ମଧ୍ୟ ଚେନ୍ନାଇକୁ ପ୍ଲେ ଅଫ୍‌କୁ ନେଇ ପାରି ନ ଥିଲେ। ଜାଡେଜା ୨୨ ବଲ୍‌ ଖେଳି ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ତିମ ଓଭରରେ ପ୍ଲେ ଅଫ୍‌ ପ୍ରବେଶ ପାଇଁ ୧୭ ରନ୍‌ ଆବଶ୍ୟକ ଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଚେନ୍ନାଇ ପ୍ଲେଅଫରେ ପହଞ୍ଚିବା ପାଇଁ ଅନ୍ତିମ ଓଭରରେ ୧୭ ରନର ଆବଶ୍ୟକତା ରହୁଥିବା ମାତ୍ର ଧୋନୀ ପ୍ରଥମ ବଲରୁ ଏକ ୧୧୦ ମିଟରର ଲମ୍ବା ଛକା ମାରିଥିଲେ ।

ଧୋନୀଙ୍କ ଲମ୍ବା ଛକା ଚେନ୍ନାଇ ପରାଜୟର ମୁଖ୍ୟ କାରଣ । କାହିଁକି ନାଁ ଧୋନୀଙ୍କ ୧୧୦ ମିଟର ଛକାଟି ଷ୍ଟାଡିୟମ ବାହାରକୁ ଚାଲି ଯାଇଥିଲା । ଫଲରେ ଅମ୍ପାୟାର ନୂଆ ବଲରେ ଖେଳ ଆରମ୍ଭ କରିଥିଲେ । ତେବେ ପୁରୁଣା ବଲଟି ଓଦା ହୋଇଥିବାବେଳେ ବୋଲରଙ୍କୁ ଅସୁବିଧା ଉପୁଜାଉଥିଲା । ଯେଉଁ କାରଣରୁ ଅମ୍ପାୟାରଙ୍କୁ ବାଙ୍ଗାଲୋର ପକ୍ଷରୁ ବଲ ବଦଳାଇବା ପାଇଁ ଅପିଲ କରାଯାଇଥିଲା । ମାତ୍ର ଅମ୍ପାୟାର ବଦଳାଇନଥିଲେ । କିନ୍ତୁ ଧୋନୀ ବଡ଼ ଛକା ମାରି ଷ୍ଟାଡିୟମ ବାହାରକୁ ବଲ ପଠାଇବା ପରେ ନୂଆ ବଲରେ ବୋଲିଂ ହୋଇଥିଲା । ଯାହାକି ବାଙ୍ଗାଲୋର ପାଇଁ ଲାଭଦାୟକ ହୋଇଥିଲା । ନୂଆ ବଲରେ ୟର୍କର ଏବଂ ନକଲ ବଲ କାମ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ