Masthead

ଛତିଶଗଡ଼କୁ ନେଇ ଆସିଲା ଏବିପି ସର୍ଭେ ରିପୋର୍ଟ, ଜାଣନ୍ତୁ ଭୂପେଶ ବାଘେଲ ନା ରମଣ ସିଂ?

ଛତିଶଗଡ଼  (ବଡ଼ ଖବର ବ୍ୟୁରୋ): କଂଗ୍ରେସ ରାଜ୍ୟରେ ତିଷ୍ଠିବ କି ବିଜେପି । ଛତିଶଗଡ଼ରେ ବିଜେପିର ଆଖି । କାହାର ହେବ ଛତିଶଗଡ଼ ? କିଏ ମାରିବ ବାଜି ? କାହାକୁ ମିଳିବ କେତେ ସିଟ ? ଯଦି ରାଜ୍ୟକୁ ବିଜେପି ସରକାର ଆସେ ତେବେ ଜନତା ହେବେ କେତେ ଖୁସି ? ଯଦି କଂଗ୍ରେସ ପୁଣି ଗଡ଼ ସମ୍ଭାଳେ ତେବେ କ’ଣ ରହିବ ନିର୍ବାଚନ ଷ୍ଟ୍ରାଟେଜି । ଏହାକୁ ନେଇ ହୋଇଛି ସର୍ଭେ । ଏବିପି ନୁ୍ୟଜ ଏବଂ ସି ଭୋଟର ଛତିଶଗଡ଼ ବିଧାନସଭା ଆସନକୁ ନେଇ ସର୍ଭେ କରିଛନ୍ତି । ତେବେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କଂଗ୍ରେସ କମିଟି ଗଠନ କରିଛନ୍ତି।

ଛତିଶଗଡରେ ବର୍ତ୍ତମାନ ଭୁପେଶ ବାଘେଲଙ୍କ ନେତୃତ୍ୱରେ କଂଗ୍ରେସ ସରକାର ରହିଛି । ବିଜେପିର ୧୫ ବର୍ଷ ଶାସନ ପରେ ୨୦୧୮ ନିର୍ବାଚନରେ ଜିତି କଂଗ୍ରେସ ଗଡ଼ ବନାଇଛି । ସର୍ଭେ ରିପୋର୍ଟ ଅନୁଯାୟୀ ଶାସକ କଂଗ୍ରେସ ଛତିଶଗଡରେ ପୁଣି ଥରେ ଫେରିବ ବୋଲି ଆଶା କରାଯାଉଛି। କିନ୍ତୁ ଗତ ନିର୍ବାଚନ ଅପେକ୍ଷା ବିଜେପି ଅଧିକ ଆସନ ପାଇବାର ସମ୍ଭାବନା ରହିଛି। ତେବେ ଏଥର ଛତିଶଗଡ଼ର ମଧ୍ୟ ଅଂଚଳରେ କଂଗ୍ରେସ ସତ୍ତା ହରାଇବା ଆଶା କରାଯାଉଛି । ଖାଲି ସେତିକି ନୁହେଁ ବିଧାନସଭା ପାଇଁ ଦାଦା-ପୁତୁରା ସାମ୍ନାମାମ୍ନି ହେବା ଶୁଣିବାକୁ ମିଳୁଛି । ଛତିଶଗଡରେ ମୋଟ ୯୦ ଟି ବିଧାନସଭା ଆସନ ଅଛି। ୨୧ ଟି ଆସନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ବିଜେପି ପ୍ରକାଶ କରିଛି।

ବିଜେପିର ବିଜୟ ବାଘେଲଙ୍କୁ ପ୍ରାର୍ଥୀ କରାଯାଇଛି । ସେପଟେ ବିଜୟ ବାଘେଲଙ୍କ ବିରୋଧରେ ତାଙ୍କ ଦାଦା ତଥା ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପାଟନା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନରେ ଦାଦ-ପୁତୁରା ତିନିଥର ମୁହାଁମୁହିଁ ହୋଇଛନ୍ତି । ଦାଦା ଭୂପେଶ ବାଘେଲ ଦୁଇଥର ଜିତିଥିବାବେଳେ ବିଜୟ ବାଘେଲ ଥରେ ଦାଦା ଭୂପେଶଙ୍କୁ ପରାସ୍ତ କରିଛନ୍ତି । ଛତିଶଗଡର ମୋଟ ୯୦ ସିଟ୍ ମଧ୍ୟରୁ ୬୪ ଟି ବିଧାନସଭା ଆସନ କେନ୍ଦ୍ରୀୟ ଅଞ୍ଚଳରେ । ଏଥିରୁ କଂଗ୍ରେସ ୩୪ ରୁ ୩୮ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ବିଜେପି ୨୫ ରୁ ୨୯ ଟି ଆସନ ଏବଂ ଅନ୍ୟମାନେ ୦ ରୁ ୨ ଟି ଆସନ ଜିତିବ ବୋଲି ଆଶା କରାଯାଉଛି ।

୨୦୧୮ ନିର୍ବାଚନରେ କଂଗ୍ରେସ କେନ୍ଦ୍ରୀୟ ଛତିଶଗଡରୁ ୪୩ ଟି ଆସନ ପାଇଛି। ଯଦି ଭୋଟ ସେୟାରିଂ କଥା ଦେଖିବା ସମୁଦାୟ ୬୪ ଟି ଆସନରୁ ବିଜେପିର ୪୧ ପ୍ରତିଶତ ରହିଥିବାେଳେ କଂଗ୍ରେସ ୪୬ ପ୍ରତିଶତ ଓ ଅନ୍ୟମାନଙ୍କର୧୩ ପ୍ରତିଶତ ରହିଛି । ଅନ୍ୟପଟେ ଦେଖିଲେ ଛତିଶଗଡ଼ରେ ମୋଟ ୯୦ ଟି ଆସନରୁ ବିଜେପିର ୩୫ରୁ ୪୧ ସିଟ ରହିଥିବାବେଳେ କଂଗ୍ରେସର ୪୮ରୁ ୫୪ ଟି ଆସନ ରହିଛି । ଅନ୍ୟାନ୍ୟ ୦-୩ ସିଟ ରହିଛି । ତେବେ ଏଥର ମଧ୍ୟ କଂଗ୍ରେସ ଗଡ଼ ସମ୍ଭାଳିବ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ