Before Header

ସୋସିଆଲମିଡିଆରେ ହାଇଭୋଲଟେଜ ଲଢେଇ

0 17

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୪ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟରେ ହାଇଭୋଲଟେଜ୍ ଲଢେଇ । ଆଉ ଏହି ଲଢେଇ ଆରମ୍ଭ ହୋଇଛି ସୋସିଆଲ ମିଡିଆରେ । ନିଜ ନିଜର ସୋସିଆଲ ମିଡିଆ ସାଇଟରେ ଭିଡିଓ ସେୟାର କରିଛନ୍ତି ଉଭୟ ଦଳ ।

ଭିଡିଓରେ କାର୍ଟୁନ ମାଧ୍ୟମରେ ପରସ୍ପରକୁ ଟାର୍ଗେଟ୍ କରିବା ସହ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି ନିଜ ନିଜର ଆଦର୍ଶ ଓ ବିକାଶର ବାର୍ତ୍ତା । ବିଜେପିର ଟପ୍ ନେତା, ସବୁ ଦମ୍ ଲଗାଇବା ପରେ ବି କିଭଳି ରାହୁଲ ଗାନ୍ଧିଙ୍କୁ ସଂସଦ ଆସିବା ଉପରେ ରୋକ ଲଗାଇପାରି ନାହାଁନ୍ତି, ତାକୁ କାର୍ଟୁନ୍ ମାଧ୍ୟମରେ ଭିଡିଓରେ ଦର୍ଶାଇଛି କଂଗ୍ରେସ ।

ସେପଟେ ବିଜେପି ନିଜ ଭିଡିଓରେ ଦର୍ଶାଇଛି ଯେ, ଦେଶବାସୀଙ୍କ ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରହିଛି । ଦୁର୍ନୀତି, ପରିବାରବାଦ, ତୁଷ୍ଟୀକରଣ ରାଜନୀତିରେ ଛନ୍ଦି ହୋଇଯାଇଥିବା ଭାରତକୁ ମୋଦି କିଭଳି ଉଦ୍ଧାର କରିଛନ୍ତି ତାହା ଦର୍ଶାଇଛି ବିଜେପି ।

 

Leave A Reply

Your email address will not be published.