Masthead

ଗୋଟିଏ ଦିନ ପାଇଁ ହେବେ ମୁଖ୍ୟମନ୍ତ୍ରୀ

ହରିଦ୍ୱାର (ବଡ଼ ଖବର): ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ । ବାଳିକା ଦିବସ ଉପଲକ୍ଷେ ଜାନୁଆରୀ ୨୪ ତାରିଖରେ ସେ ହେବେ ମୁଖ୍ୟମନ୍ତ୍ରୀ । ଏନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ୱତ । ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ତରାଖଣ୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ସୃଷ୍ଟି । ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଜନାକୁ ନେଇ ତାଙ୍କୁ ୫ ମିନିଟର ଏକ ରିପୋର୍ଟ ଦେବେ । ସୃଷ୍ଟି ଏବେ ବାଲ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରୀ ଓ ବାଳିକାଙ୍କୁ ସଶକ୍ତକରଣ କରିବା ।

ଜାନୁଆରୀ ୨୪ରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଜଳ ସେଚନ ବିଭାଗ ଓ ମହିଳା ସଶକ୍ତକରଣ ବିଭାଗର ସଚିବମାନେ ରହିବେ । ସୃଷ୍ଟିଙ୍କୁ ୧୦୮ ଆମ୍ବୁଲାନ୍ସ, ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଅଟଳ ଆଦର୍ଶ ବିଦ୍ୟାଳୟ, ରାଜଧାନୀ ସାମାନ୍ୟ ପ୍ରଶାସନ ସଚିବ, ଗ୍ରାମ୍ୟ ବିକାଶ ବିଭାଗର ନିର୍ଦ୍ଦେଶକ, ଡେରାଡୁନର ଜିଲ୍ଲାପାଳ, ଶିଳ୍ପ ବିଭାଗର ସଚିବ, ପୋଲିସ ଡିଜି ଆଦି ୫ ମିନିଟର ରିପୋର୍ଟ ପ୍ରଦାନ କରିବେ ।

ସେ ହରିଦ୍ୱାରର ଦୌଲତପୁରର ବାସିନ୍ଦା ।  ବିଏସଏମ ପିଜି କଲେଜରେ ବିଏସସି ଏଗ୍ରିକଲଚରର ସପ୍ତମ ସେମିଷ୍ଟାରର ଛାତ୍ରୀ ଅଟନ୍ତି। ପୂର୍ବରୁ ଅନେକ ଅନ୍ତର୍ଜାତୀୟ ବାଳିକା ଦିବସରେ ଅନେକ କାର୍ୟ୍ୟକ୍ରମରେ ଭାଗ ନେଇ ସାରିଛନ୍ତି । ସୃଷ୍ଟିଙ୍କ ପିତା ପ୍ରବୀଣ ବ୍ୟବସାୟୀ ହୋଇଥିବା ବେଳେ ମା ସୁଧା ଗୋସ୍ୱାମୀ ଗୃହିଣୀ ଅଟନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା