ରାଉରକେଲାରେ ଉଡିବ ରାଜ୍ୟର ଉଚ୍ଚତମ ଜାତୀୟ ପତାକା

ରାଉରକେଲା (ବଡ଼ ଖବର ବ୍ୟୁରୋ): ରାଉରକେଲା ସହରରେ ଉଡିବ ରାଜ୍ୟର ଉଚ୍ଚତମ ଜାତୀୟ ପତାକା । ଇସ୍ପାତ ସହର ରଚିବ ଇତିହାସ । ଏନେଇ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଟେଲିଫୋନ ଭବନ ପଡିଆରେ ଏକ ଉଦ୍ୟାନ ପ୍ରସ୍ତୁତ କରାଯାଇ ୭୦ ମିଟର ଉଚ୍ଚତା ବିଶିଷ୍ଟ ଫ୍ଲାଗ ପୋଲ ସ୍ଥାପନ କରାଯାଇଛି । ୭୨ ଫୁଟ ଲମ୍ବା, ୪୮ ଫୁଟ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗା ପତାକା ବି ପହଞ୍ଚିସାରିଛି । ଉଦ୍ୟାନ ଭିତରେ ସ୍ୱାଧିନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଗାଥା ବହନ କରୁଥିବା ସ୍ମାରକୀ ସ୍ଥାପନ କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଏହି ବିଶାଳକାୟ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’