Masthead

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ‘ସୋ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ୨ଦିନିିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି। ଆସନ୍ତା ୩ ତାରିଖରେ ଏକ ଘରୋଇ ହୋଟେଲରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ‘ଉତ୍କର୍ଷ ୨୦୨୫’ର ପ୍ରାକ୍‌ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଛନ୍ତି। ତେବେ ଓଡ଼ିଶାରେ ଶିଳ୍ପାୟନ ପାଇଁ ଅନୁକୂଳ ପରିବେଶ ରହିଛି ।

ଦିଲ୍ଲୀରେ ଶିଳ୍ପପତି, ରାଷ୍ଟ୍ରଦୂତ ଓ ବିଭିନ୍ନ ଦେଶର ବାଣିଜ୍ୟିକ ମୁଖ୍ୟଙ୍କ ସହ ଜଣ ଜଣ କରି ଆଲୋଚନା କରିବି । ଓଡ଼ିଶାକୁ ଆସି ନିବେଶ କଲେ ସରକାର ସବୁ ସହଯୋଗ କରିବାର ନିର୍ଭର ପ୍ରତିଶ୍ରୁତି ଦେବି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟକୁ ନିଶ୍ଚୟ ଅଧିକ ନିବେଶକ ଆସିବେ । ପୁଞ୍ଜି ଖଟାଇବେ । ଶିଳ୍ପାୟନରେ ରାଜ୍ୟ ଆଗକୁ ଦୌଡ଼ିବ । ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଗଣମାଧ୍ୟମକୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଗୁରୁବାର ଦିନ ତମାମ ସେ ନିବେଶକ ଓ ରାଷ୍ଟ୍ରଦୂତମାନଙ୍କ ସହ ଓଡ଼ିଶାରେ ପୁଞ୍ଜି ଲଗାଣ ନେଇ ଆଲୋଚନା କରିବେ ।

ରାଜ୍ୟ ସରକାର ବିଶେଷ ଭାବେ ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ରାସାୟନିକ ଶିଳ୍ପ ସହ ପେଟ୍ରୋକେମିକାଲସକୁ ଅଗ୍ରାଧିକାର ଦେଉଛନ୍ତି । ଏ କ୍ଷେତ୍ରରେ ଅଧିକ ନିବେଶ ଭିଡ଼ି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି । କେବଳ ଜାତୀୟସ୍ତରର ନିବେଶକ ନୁହଁ ବିଦେଶୀ ନିବେଶକଙ୍କୁ ମଧ୍ୟ ଆମେ ରାଜ୍ୟକୁ ଟାଣିବାକୁ ଯଥାସମ୍ଭବ ଉଦ୍ୟମ କରିବୁ ।

ସେହିପରି ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଶହେ ଦିନ ଭିତରେ ରାଜ୍ୟକୁ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସିସାରିଛି। ୨୦୨୫ ଜାନୁଆରୀରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ହେବ। ଯାହା ଜାନୁଆରୀ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଚାଲିବ। ଏହାପୂର୍ବରୁ ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତ କରିବା ସହ ଦିଲ୍ଲୀରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ