Masthead

ଶଙ୍ଖ ଭବନରେ ପୁଣି ହାଇଡ୍ରାମା, ଶ୍ରୀମୟୀ-ମନ୍ମଥ-ପ୍ରଦୀପଙ୍କ ମଧ୍ୟରେ ଫାଇଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶଙ୍ଖ ଭବନରେ ପୁଣି ହାଇଡ୍ରାମା । ବିଜେଡି ନେତାଙ୍କ ମଧ୍ୟରେ ତୁତୁ ମେଁମେଁ । ଶ୍ରୀମୟୀ-ମନ୍ମଥ-ପ୍ରଦୀପଙ୍କ ମଧ୍ୟରେ ଫାଇଟ । ରୁଦ୍ଧଦ୍ୱାର ବୈଠକରେ ମହାହଙ୍ଗାମା । ବିଜେଡି ସଭ୍ୟ ସଂଗ୍ରହ ଆଲୋଚନାରେ ତୁମୁଳୁକାଣ୍ଡ । ଦେବୀ-ଅତନୁଙ୍କ ଉପସ୍ଥିତିରେ ଉଠିଲା ପଡ଼ିଲା ଶଙ୍ଖଭବନ । ଦଳଡିଆଁଙ୍କୁ ଟିକେଟ ଦେଇଥିବାରୁ ଶ୍ରୀମୟୀଙ୍କ ଅସନ୍ତୋଷ । ଶ୍ରୀମୟୀ ଓ ପ୍ରଦୀପଙ୍କ କଳିରେ ମନ୍ମଥଙ୍କ ଏଣ୍ଟ୍ରି । ବୈଠକ ଅଧାରୁ ଚାଲି ଆସିଲେ ଶ୍ରୀମୟୀ । ମହିଳାଙ୍କୁ ଅସମ୍ମାନ କଲେ ଫଳ ନିଶ୍ଚୟ ମିଳିବ କହିଛନ୍ତି ଶ୍ରୀମୟୀ । ସେପଟେ ମହିଳାମାନେ ବି ସମ୍ମାନ ଦେବା ଶିଖନ୍ତୁ କହି ଟାର୍ଗେଟ କରିଛନ୍ତି ମନ୍ମଥ । ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଠା କରିଛନ୍ତି ଦେବୀ ମିଶ୍ର । ଶଙ୍ଖ ଭବନରେ ଖୋର୍ଦ୍ଧା ବିଜେଡିର ଚାଲିଥିଲା ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବୈଠକ । ଦଳର ବିଧାୟକଙ୍କ ସହ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ଯେଉଁମାନେ ନିର୍ବାଚନରେ ପରାଜିତ ହୋଇଥିଲେ ସେମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ପରାଜୟ ବରଣ ସାଙ୍ଗକୁ ସଭ୍ୟ ସଂଗ୍ରହ କଥା ଆରମ୍ଭ ହୋଇଥିବା ବେଳେ ଜଣେ ନେତା ଦଳଡିଆଁଙ୍କ ଲାଗି ପାର୍ଟି ହାରିଲା କହିଥିଲେ ।

ଅନ୍ୟ ଜଣେ ନେତା ହଠାତ୍ ଚେହିଁକି ଉଠିଥିଲେ । ଏହାରି ଭିତରେ ଶ୍ରୀମୟୀ ଓ ପ୍ରଦୀପଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଏଣ୍ଟ୍ରି ମାରିଥିଲେ ମନ୍ମଥ । କଥା ଉଗ୍ରରୂପ ଧାରଣ କରିଥିବାରୁ ସମନ୍ୱୟ କମିଟି ମୁଖ୍ୟ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ । ହେଲେ କେହି ବୁଝିବା ପରିସ୍ଥିତିରେ ନଥିଲେ । ବହୁତ ହେଲା ଆଉ ନୁହେଁ କହି ବୈଠକ ଛାଡ଼ି ଯାଇଥିଲେ । ଏହାରି ଏହାରି ଭିତରେ ଶ୍ରୀମୟୀ ମିଶ୍ର ମହିଳାଙ୍କୁ ଯିଏ ଅସମ୍ମାନ କରେ ସେ କର୍ମଫଳ ନିଶ୍ଚୟ ଭୋଗିବେ କହିଲେ । ଯାହାକୁ କାଉଂଟର କଲେ ମନ୍ମଥ ରାଉତରାୟ । ସେପଟେ କଥା ଉପରେ ପ୍ୟାଚ ପକାଇବାକୁ ଚେଷ୍ଠା କରିଛନ୍ତି ଦେବୀ ମିଶ୍ର । ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନାହିଁ । ସଙ୍ଗଠନକୁ ନେଇ କିଛି ହୋଇଛି ଏହାର ସମାଧାନ କରାଯାଉଛି । ଆଲୋଚନା ସୁରୁଖରରେ ସରିଥିଲା । ଦଳୀୟ ଶଙ୍ଖଳା ବାହାରେ ଯିବାର କାହାର ଆଭିମୁଖ୍ୟ ନାହିଁ । ଶଙ୍ଖ ଭବନରେ ଚାଲିଛି କ’ଣ? ପ୍ରତ୍ୟେକ ଦିନ କିଛି ନା କିଛି ଖବର ଆସୁଛି । ଯାହା ବି ଆସୁଛି ବିଜେଡି ପାଇଁ ଶୁଭ ନୁହେଁ । ଗାନ୍ଧି ଜୟନ୍ତୀରୁ ଦଳ ପଦଯାତ୍ରା ଆରମ୍ଭ କରି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିବା ବେଳେ ହେଲେ ସେହି ଦଳରେ ଏବେ ଫାଟ ଜଳ ଜଳ ଦେଖାଦେଲାଣି । ଆଗକୁ ଏହା ଆହୁରି ଭୟଙ୍କର ରୂପ ନେଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ