Masthead

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁର୍ଲା ହାଇସ୍କୁଲର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମ ଓ ଜନାର୍ଦ୍ଦନ ପୂଜାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବେ ଓ କ୍ଷେତରାଜପୁରରେ ମେଗା ରକ୍ତଦାନ ଶିବିର ଦିବ୍ୟାଙ୍ଗଙ୍କୁ ୫୦୦ଇ-ରିକ୍ସା ବାଣ୍ଟିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦଳିଆ ପଡିଆରେ ବିବିଏସ କ୍ୟାମ୍ପ ଜରିଆରେ ସାରା ରାଜ୍ୟର ହିତାଧିକାରୀଙ୍କୁ ଇ-ରିକ୍ସା ପ୍ରଦାନ କରିବେ ।

ଏଥିରେ ମୁଖ୍ୟମନ୍ତ୍ରୀ ୩୦ ଟି ଜିଲ୍ଲାର ହିତାଧିକାରୀଙ୍କୁ ୫୦୦ ଇ-ରିକ୍ସା ବଣ୍ଟନ କରିବେ । ଯେଉଁଥିରେ ସମ୍ବଲପୁର ଜିଲ୍ଲାର ୧୫ ଜଣ, ଗଂଜାମ ଜିଲ୍ଲାର ୩୯ ଜଣ, କଟକ ଜିଲ୍ଲାର ୩୬ ଜଣ, ସୁନ୍ଦରଗଡ ଜିଲ୍ଲାର ୨୨ ଜଣ, ବାଲେଶ୍ବର ଜିଲ୍ଲାର ୨୮ ଜଣ, ଖୋର୍ଦ୍ଧା ଜିଲ୍ଲାର ୨୬ ଜଣ, କେନ୍ଦୁଝର ଜିଲ୍ଲାର ୧୯ ଜଣଙ୍କ ସମେତ ମୋଟ ୫୦୦ ଦିବ୍ୟାଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ସେଠାରୁ ମୁଖ୍ୟମନ୍ତ୍ରୀ ସିନ୍ଦୁରପଙ୍କ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦାନ କରି ପୁଣି ରାଜଧାନୀ ଫେରିଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ