Masthead

ଉଦ୍ଧାର ହେଲା ୩ବର୍ଷର ଶିଶୁପୁତ୍ର

ଖଇରା (ବଡ଼ ଖବର ବ୍ୟୁରୋ): ସଂସାରରେ ମା’ର ବିକଳ୍ପ ନାହିଁ । ଶ୍ରୀମନ୍ଦିର ନେତଠାରୁ ବହୁତ ବଡ଼ ତା’ ପଣତକାନି । ସେ କେବେ ଜନ୍ମଦେଇଥିବା ଛୁଆକୁ ପକାଇଦେବ ନାହିଁ । ମାତ୍ର ଆମେ ଏମିତି ଜଣେ ମା’ଙ୍କ କଥା କହୁଛି ଯିଏ ମା’ ନାମରେ ବୋଳିଛି କଳଙ୍କ । ମାତୃତ୍ୱକୁ କରିଛି ପଦାଘାତ । ଜନ୍ମଦେଇଥିବା ଶିଶୁପୁତ୍ରକୁ ନିଜ ପାଖରେ ରଖିପାରିଲାନି । ପୁଅକୁ ହୋଇଥିଲା ୩ ବର୍ଷ । ବିକିଦେଲା ଏହି ଶିଶୁକୁ । ଏବେ ଏହି ମା’ର ଖୋଜଖବର ନାହିଁ । ଏଭଳି ଏକ ସମ୍ବେଦଳଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଞ୍ଚଳରେ । ନିଜର ୩ ବର୍ଷର ଶିଶୁପୁତ୍ରକୁ ୧୮ଦିନ ପୂର୍ବରୁ ବିକି ଦେଇଥିଲେ । ସେହି ଗାଁର ବିଶ୍ୱଜିତ ଜେନା ଜନ୍ମଦେଲା ମା’ଠାରୁ ଶିଶୁପୁତ୍ରକୁ କିଣିଥିଲେ ।

ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ମଦନମୋଦନ ବେହେରାଙ୍କ ନେତୃତ୍ୱରେ ଚାଇଲ୍ଡ ଲାଇନ ସଦସ୍ୟମାନେ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଥାନା କର୍ମଚାରୀଙ୍କ ଉପସ୍ଥିତିରେ ଚାଇଲ୍ଡ ଲାଇନ ସଦସ୍ୟମାନେ ବିଶ୍ୱନାଥଙ୍କ ଘରୁ ଶିଶୁକୁ ଉଦ୍ଧାର କରିଥିଲେ । ଖଇରା ମେଡିକାଲରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା