Masthead

ପକ୍ଷୀଙ୍କ କଳରବରେ ମୁଖରିତ ଚିଲିକା

ଟାଙ୍ଗୀ, (ବଡ଼ ଖବର ବ୍ୟୁରୋ): ପହିଲି ଶୀତର ଆଗମନରେ ଚିଲିକାକୁ ଆରମ୍ଭ ହୋଇଛି ବିଦେଶୀ ଅତିଥିଙ୍କ ଆଗମନ। କିଚିରି ମିଚିରି ଶବ୍ଦରେ ପୁଲକିତ ହେଉଛି ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ପ୍ରାକୃତିକ ସୌନ୍ଦର୍ୟ୍ୟଭରା ପରିବେଶ। ପକ୍ଷୀମାନଙ୍କର ଜଳକ୍ରୀଡ଼ା ଓ କଳରବରେ ମୁଖରିତ ଚିଲିକାର ଦୃଶ୍ୟ ବେଶ୍ ମନୋରମ। ଯାହା ପକ୍ଷୀପ୍ରେମୀ ଓ ବିଶାରଦଙ୍କୁ ଟାଣି ନେଇଆସେ ଚିଲିକାକୁ। ବିଶେଷ କରି ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ୟ୍ୟନ୍ତ ଦେଖିବାକୁ ମିଳେ ଭଳିକି ଭଳି ରଙ୍ଗ ବେରଙ୍ଗର ବିଦେଶୀ ଅତିଥିଙ୍କୁ।

ଉତ୍ତମ ଜଳବାୟୁ ଓ ପ୍ରଚୁର ପରିମାଣରେ ଗୁଲ୍ମ ଜାତ ଖାଦ୍ୟ ଅନ୍ୱେଷଣରେ ସୁଦୂର ସାଇବେରିଆ, ମଙ୍ଗୋଲିଆ, ମାଲେସିଆ, ରୁଷ୍ ଓ ତୁର୍କୀରୁ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସି ପହଞ୍ଚୁଛନ୍ତି ପକ୍ଷୀ। ପକ୍ଷୀମାନଙ୍କ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିବା ଲାଗି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ତରଫରୁ ଟାଙ୍ଗୀ ରେଞ୍ଜରେ ୧୧ଟି କ୍ୟାମ୍ପ କରାଯାଇଥିବା ବେଳେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ କର୍ମଚାରୀ ଓ ସ୍ଥାନୀୟ ପକ୍ଷୀ ସୁରକ୍ଷା କର୍ମୀ। ଚଳିତବର୍ଷ ଟାଙ୍ଗୀ ରେଞ୍ଜରେ ୧୩ହଜାରରୁ ୧୫ହଜାର ପକ୍ଷୀ ଆସିଥିବା ବେଳେ ପ୍ରାୟ ୫୦ ପ୍ରଜାତିର ପକ୍ଷୀ ଆସିଥିବା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଚୂଡ଼ାମଣି ମୁର୍ମୁ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା