Masthead

ମାତିଛନ୍ତି ଡକାୟତ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମାତିଛନ୍ତି ଡକାୟତ। ଖୁଲମଖୁଲା କରୁଛନ୍ତି ଡକାୟତି। ତାହା ପୁଣି ରାଜଧାନୀ ଭୁବନେଶ୍ୱରରେ। ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡକାୟତଙ୍କ ରାଜ୍। ପ୍ରତିଦିନ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି ଓ ରାହାଜାନି ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ଘର ଭିତରୁ ତ କେତେବେଳେ ସିସିଟିଭି ଲାଗିଥିବା ଦୋକାନରୁ କରୁଛନ୍ତି ଲୁଟ୍। କରୋନା କାଳରେ ସମସ୍ତେ ହୋଇପଡ଼ିଛନ୍ତି ଦେବାଳିଆ। ସମସ୍ତେ ବର୍ତ୍ତମାନ ଏପରି ପରିସ୍ଥିତିକୁ ସାମ୍ନା କରୁଥିବା ବେଳେ ଡକାୟତମାନେ ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ଏପରିକି ସକାଳେ ବ୍ୟୟାମ କଲାବେଳେ ନିରୀହ ଲୋକଙ୍କୁ ମଧ୍ୟ ଛାଡ଼ୁନାହାନ୍ତି ଲୁଟେରା।

ରାଜଧାନୀବାସୀ ଦିନ ଦ୍ୱିପ୍ରହରରେ ବି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏଥିପାଇଁ ସିଧାସଳଖ ପୋଲିସ ଉପରେ ଅଙ୍ଗୁଳି ଉଠାଇଛନ୍ତି ଲୋକେ। ଅନ୍ୟପଟେ ପୋଲିସ କେବଳ ହେଲମେଟ ଓ ମାସ୍କ ଚେକିଂକୁ ନେଇ ସବୁବେଳେ ତତ୍ପରତା ଦେଖାଉଛି। ପୋଲିସର ଆଢୁଆଳରେ ଚାଲିଛି ଏ ସବୁ ଅନୈତିକ କାର୍ଯ୍ୟ। ସୂଚନା ମୁତାବକ ପୋଲିସ କେବଳ ଛକରୁ ଛକ ଯାଇ ମାସ୍କ ଓ ହେଲମେଟ ଚେକିଂ କରିବାରେ ସବୁବେଳେ ବ୍ୟସ୍ତ ରହୁଥିବା ବେଳେ ଡକାୟତମାନେ ଏହାର ଫାଇଦା ଉଠାଉଛନ୍ତି। ଗତକାଲି ଭୁବନେଶ୍ୱର ଉପକଣ୍ଠରେ ଥିବା ହଂସପାଳ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ହଂସପାଳ ନିକଟରେ ଥିବା ଏକ ମେଡିସିନ ଦୋକାନରୁ ଡକାୟତମାନେ କରିଛନ୍ତି ଖୁଲମଖୁଲା ଡକାୟତି।.

ପୋଲିସର ନାକ ତଳେ ରାଜଧାନୀରେ ପ୍ରତିଦିନ ଘଟୁଛି ଅପରାଧ। ସ୍ପଷ୍ଟ ଦିବାଲୋକରେ କେତେବେଳେ ହତ୍ୟା ତ କେତେବେଳେ ଦୋକାନ ଗ୍ରୀଲ ଭାଙ୍ଗି ହଜାର ହଜାର ଟଙ୍କା ଲୁଟ କରୁଛନ୍ତି ଡକାୟତ। ଏଥିପାଇଁ ପୋଲିସ ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ପୋଲିସକୁ ଚକମା ଦେଖାଇ ଡକାୟତମାନେ କରୁଛନ୍ତି ଡକାୟତି। ତେଣୁ ଏକ ପ୍ରକାରର ଭୟର ବାତାବରଣ ଭିତରେ ରହୁଛନ୍ତି ରାଜଧାନୀବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା