ମାତିଛନ୍ତି ଡକାୟତ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମାତିଛନ୍ତି ଡକାୟତ। ଖୁଲମଖୁଲା କରୁଛନ୍ତି ଡକାୟତି। ତାହା ପୁଣି ରାଜଧାନୀ ଭୁବନେଶ୍ୱରରେ। ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡକାୟତଙ୍କ ରାଜ୍। ପ୍ରତିଦିନ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି ଓ ରାହାଜାନି ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ଘର ଭିତରୁ ତ କେତେବେଳେ ସିସିଟିଭି ଲାଗିଥିବା ଦୋକାନରୁ କରୁଛନ୍ତି ଲୁଟ୍। କରୋନା କାଳରେ ସମସ୍ତେ ହୋଇପଡ଼ିଛନ୍ତି ଦେବାଳିଆ। ସମସ୍ତେ ବର୍ତ୍ତମାନ ଏପରି ପରିସ୍ଥିତିକୁ ସାମ୍ନା କରୁଥିବା ବେଳେ ଡକାୟତମାନେ ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ଏପରିକି ସକାଳେ ବ୍ୟୟାମ କଲାବେଳେ ନିରୀହ ଲୋକଙ୍କୁ ମଧ୍ୟ ଛାଡ଼ୁନାହାନ୍ତି ଲୁଟେରା।

ରାଜଧାନୀବାସୀ ଦିନ ଦ୍ୱିପ୍ରହରରେ ବି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏଥିପାଇଁ ସିଧାସଳଖ ପୋଲିସ ଉପରେ ଅଙ୍ଗୁଳି ଉଠାଇଛନ୍ତି ଲୋକେ। ଅନ୍ୟପଟେ ପୋଲିସ କେବଳ ହେଲମେଟ ଓ ମାସ୍କ ଚେକିଂକୁ ନେଇ ସବୁବେଳେ ତତ୍ପରତା ଦେଖାଉଛି। ପୋଲିସର ଆଢୁଆଳରେ ଚାଲିଛି ଏ ସବୁ ଅନୈତିକ କାର୍ଯ୍ୟ। ସୂଚନା ମୁତାବକ ପୋଲିସ କେବଳ ଛକରୁ ଛକ ଯାଇ ମାସ୍କ ଓ ହେଲମେଟ ଚେକିଂ କରିବାରେ ସବୁବେଳେ ବ୍ୟସ୍ତ ରହୁଥିବା ବେଳେ ଡକାୟତମାନେ ଏହାର ଫାଇଦା ଉଠାଉଛନ୍ତି। ଗତକାଲି ଭୁବନେଶ୍ୱର ଉପକଣ୍ଠରେ ଥିବା ହଂସପାଳ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ହଂସପାଳ ନିକଟରେ ଥିବା ଏକ ମେଡିସିନ ଦୋକାନରୁ ଡକାୟତମାନେ କରିଛନ୍ତି ଖୁଲମଖୁଲା ଡକାୟତି।.

ପୋଲିସର ନାକ ତଳେ ରାଜଧାନୀରେ ପ୍ରତିଦିନ ଘଟୁଛି ଅପରାଧ। ସ୍ପଷ୍ଟ ଦିବାଲୋକରେ କେତେବେଳେ ହତ୍ୟା ତ କେତେବେଳେ ଦୋକାନ ଗ୍ରୀଲ ଭାଙ୍ଗି ହଜାର ହଜାର ଟଙ୍କା ଲୁଟ କରୁଛନ୍ତି ଡକାୟତ। ଏଥିପାଇଁ ପୋଲିସ ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ପୋଲିସକୁ ଚକମା ଦେଖାଇ ଡକାୟତମାନେ କରୁଛନ୍ତି ଡକାୟତି। ତେଣୁ ଏକ ପ୍ରକାରର ଭୟର ବାତାବରଣ ଭିତରେ ରହୁଛନ୍ତି ରାଜଧାନୀବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’