ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ସ୍ୱଦେଶରେ ପହଞ୍ଚିବା ପୂର୍ବରୁ ତାଲିବାନ ଆଫଗାନିସ୍ତାନ ଦଖଲ କରିଛି । ଆଫଗାନିସ୍ତାନ ସୀମାକୁ ଲାଗିରହିଥିବା ପାକିସ୍ତାନକୁ ଛାଡିଦେଲେ ଅନ୍ୟ ଦେଶମାନେ ଆଫଗାନିସ୍ତାନ ନାଗରିକମାନଙ୍କୁ ଶରଣ ଦେବା ପାଇଁ ଆଗେଇ ଆସିଛନ୍ତି । ସେହି ଦେଶଗୁଡିକ ନିଜର ସୀମାକୁ ଖୋଲା ରଖିଛନ୍ତି । ଭାରତ ପୂର୍ବରୁ ଆମେରିକା, ଜର୍ମାନୀ ଓ କାନାଡା ଭଳି ଦେଶ ମଧ୍ୟ ନାଟୋ ବାହିନୀ ସହିତ କାର୍ଯ୍ୟ କରୁଥିବା ଲୋକଙ୍କୁ ଆଫଗାନିସ୍ତାନରୁ ନେଇ ନିଜ ଦେଶର ଶରଣ ଦେବାକୁ ଘୋଷଣା କରିଛନ୍ତି ।

ଅଫଗାନିସ୍ତାନ ଏବେ ତାଲିବାନସ୍ତାନ । ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପୂର୍ବରୁ ଆତଙ୍କବାଦୀ ସଂଗଠନ ତାଲିବାନ ସକ୍ରିୟ ହୋଇଉଠିଛି । ଅଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିଛି ତାଲିବାନ୍ । ଆମେରିକା, ଜର୍ମାନୀ ଓ କାନାଡା ଭଳି ଦେଶ ମଧ୍ୟ ନାଟୋ ବାହିନୀ ସହିତ କାର୍ଯ୍ୟ କରୁଥିବା ଲୋକଙ୍କୁ ଆଫଗାନିସ୍ତାନରୁ ନେଇ ନିଜ ଦେଶର ଶରଣ ଦେବାକୁ ଘୋଷଣା କରିଛନ୍ତି । ଏହି କାର୍ଯ୍ୟ ପାଇଁ ଆମେରିକା କାବୁଲ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ଭିସା କେନ୍ଦ୍ର ଆରମ୍ଭ କରିଛି । ୨୦ ହଜାର ଆଫଗାନିସ୍ତାନୀଙ୍କୁ କାନାଡା ଆଶ୍ରୟ ଦେବାକୁ ଘୋଷଣା କରିଛି ।

ସେପଟେ ଆମେରିକାର ହ୍ୱାଇଟ୍ ହାଉସ ଆଗରେ ଆଫଗାନିସ୍ତାନ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୨୦ବର୍ଷର ମିଲିଟାରୀ ଅପରେସନ ପରେ ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ହାତକୁ ଚାଲିଯାଇଥିବାରୁ ଏହି ବିକ୍ଷୋଭ କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦୋମୁହାଁ ନୀତିଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିକ୍ଷୋଭକାରୀମାନେ କହିଛନ୍ତି । ଅଫଗାନିସ୍ତାନରେ ତାଲିବାନ ଶାସନ କଲେ ହଜାର ହଜାର ଓସମାବିନ୍ ଲାଡେନ୍, ମୁଲ୍ଲା ଓମର ଜନ୍ମ ହେବେ । ସେମାନେ ପାକିସ୍ତାନର ସହଯୋଗରେ କେନ୍ଦ୍ରୀୟ ଏସିଆରେ ରାଜ କରିବେ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।

ଆଫଗାନିସ୍ତାନ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ପାକିସ୍ତାନର ବିରୋଧୀଦଳ ଗୁଡିକ ଦାବି କରିଛନ୍ତି । ଇମ୍ରାନ୍ ଖାନ୍ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ୍ ଇ ଇନସାଫ୍ ଉପରେ ଦୁଇ ପ୍ରମୁଖ ବିରୋଧୀ ଦଳ ଅଫଗାନିସ୍ତାର ସାମ୍ପ୍ରତିକ ପରିସ୍ଥିତି ଉପରେ ସଂସଦରେ ସ୍ୱତନ୍ତ୍ର ବୈଠକ ଡାକିବାକୁ ଦାବି କରିଛନ୍ତି । ପାକିସ୍ତାନ କାନ୍ଧରେ ବନ୍ଧୁକ ରଖି ନିଜ ଗୋଟି ଚଳାଉଥିବା ଚୀନ ତାଲିବାନ ସରକାରକୁ ମାନ୍ୟତା ଦେବ ବୋଲି ଘୋଷଣା କରିଛି । ଚୀନ ତାଲିବାନ ସରକାର ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ ବୋଲି ସ୍ପଷ୍ଟ କରିଦେଇଛି । ଅନ୍ୟପକ୍ଷରେ ଋଷ କହିଛି, ତାଲିବାନର ବ୍ୟବହାର ଉପରେ ତା’ ସହିତ ସମ୍ପର୍କ ନିର୍ଭର କରୁଛି । ତାଲିବାନର ବ୍ୟବହାର ଅନୁଧ୍ୟାନ କରାଯାଉଛି । ତାଲିବାନ ସରକାରକୁ ମାନ୍ୟତା ଦିଆଯିବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଋଷିଆ ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି । କାବୁଲ୍ ଅକ୍ତିଆର ପରେ ତାଲିବାନ ମୁଖପାତ୍ର ମହମ୍ମଦ ନଇମ୍ ଅଲଜ୍ଜିରା କହିଛନ୍ତି ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇଛି । ଏବେ ଆନ୍ତର୍ଜାତିକ ସମୁଦାୟ ସହ ଶାନ୍ତିପୂଣ୍ଣ ସହାବସ୍ଥାନ ପାଇଁ ଚିନ୍ତା କରୁଛି ତାଲିବାନ୍। ନ୍ତି। ସେ କହିଛନ୍ତି, ତାଲିବାନ କିପରି ଆଫଗାନିସ୍ତାନକୁ ଶାସନ କରିବ ତାହା ଅଳ୍ପ କିଛିଦିନ ମଧ୍ୟରେ ସ୍ଥିର ହେବ। ସେପଟେ ପାକିସ୍ତାନର ଅସଲ ଚେହେରା ପଦାରେ ପଡିଯାଇଛି । ବିଶ୍ୱ ସମୁଦାୟ ଆଗରେ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ବଜାୟ ରଖିବାକୁ ଉଦ୍ୟମ ଚଳାଇଛି ଇସଲାମାବାଦ । ବ୍ୟୁରୋ ରିପୋର୍ଟ ବଡ଼ ଖବର ।

Leave a Reply

Your email address will not be published. Required fields are marked *