Masthead

ପାନୀୟ ଜଳର ଉତ୍କଟ ସମସ୍ୟା

ଯାଜପୁର (ବଡ଼ ଖବର ବ୍ୟୁରୋ): ଶ୍ରାବଣ ସାରିବାକୁ ବସିଥିବା ବେଳେ ପାନୀୟ ଜଳ ପାଇଁ ଘାଣ୍ଟି ହେଉଛନ୍ତି ଲୋକେ। ଏଭଳି ସମସ୍ୟା ନେଇ ଆଜି ଧର୍ମଶାଳା ବ୍ଲକ୍ କାର୍ୟ୍ୟାଳୟରେ ଗରା ମାଠିଆ ଧରି ଧାରଣା ଦେଇଛନ୍ତି ସ୍ଥାନୀୟ ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଲକ୍, ଗଡ଼ ମଧୁପୁର ପଞ୍ଚାୟତ ଜାମୁଝରି ସାହିର ଅନେକ ମହିଳା। ବର୍ଷା ଦିନରେ ପାନୀୟ ଜଳର ଉତ୍କଟ ସମସ୍ୟାରେ ଘାଣ୍ଟି ହେଇଥିବା ଅଭିଯୋଗ କରି ଘଣ୍ଟା ଏ ରୁ ଅଧିକ ସମୟ ଧରି ବିଡ଼ିଓ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ଏହି ମହିଳାମାନେ ଆଜି ଗରା ବାଲଟି ଧରି ବ୍ଲକ ଅଫିସରେ ପହଞ୍ଚିବା ସହିତ ନିଜ ସମସ୍ୟା ନେଇ ବିଡିଓଙ୍କୁ ଅବଗତ କରାଇଛନ୍ତି। ତେବେ ଜାମୁଝରି ଗ୍ରାମରେ ତିରିଶରୁ ଅଧିକ ପାରିବାର ଦୀର୍ଘ ଦିନ ଧରି ବସବାସ କରୁଥିବା ବେଳେ ପାନୀୟ ଜଳ ସମସ୍ୟା ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି। କେବଳ ଯାମୁଝରି ନୁହେଁ ଉକ୍ତ ପଞ୍ଚାୟତର ଶତାଧିକ ମହିଳା ଦୁଇ ମାସ ପୂର୍ବରୁ ସମାନ ଢଙ୍ଗରେ ପ୍ରତିବାଦ କରି ଥିଲେ । ଯାହାର ଦିନ କେତେଟା ପରେ ଆଜି ସେଇ ସମସ୍ୟା। ତେବେ ବିଡ଼ିଓ ଆସନ୍ତା ଚାରିଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା