Masthead

ମହିଳାଙ୍କୁ ପଶୁ ପରି ପିଟିଲା ନିର୍ଦ୍ଦୟ ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):     ବନ୍ଧୁକ ମୁନରେ ସରକାର ଗଢିଥିବା ତାଲିବାନ ଏବେ ଆଫଗାନିସ୍ତାନରେ ନିଜ ହୁକୁମାତି ଆରମ୍ଭ କରିଛି । ଆଫଗାନିବାସୀଙ୍କୁ କଥା ଦେଇ ଶେଷରେ କଥା ରଖିଲାନି ତାଲିବାନ । ତାଲିବାନ ନିଜ ସରକାରରେ ମହିଳାମାନଙ୍କୁ ସ୍ଥାନ ମିଳିବ ବୋଲି ଆଫଗାନିବାସୀଙ୍କୁ ପ୍ରତିଶୃତି ଦେଇଥିଲା । ହେଲେ ଏବେ ତାଲିବାନର ଅସଲ ଚେହେରା ପଦାକୁ ଆସିଛି । ସରକାର ଗଢିବା ପରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନ ଥିବା ବେଳେ ସେମାନଙ୍କ ଅଧିକାରକୁ ଦଳି ମକଚି ଦିଆଯାଇଛି ।

ତାଲିବାନୀଙ୍କ ବନ୍ଧୁକ ମୁନକୁ ନ ଡରି ଏହା ବିରୋଧରେ ଗତକାଲି ରାସ୍ତାକୁ ଓହ୍ଲାଇ ନିଜ ଅଧିକାର ପାଇଁ ଲଢିଥିଲେ ବହୁ ଆଫଗାନି ମହିଳା । ଆମେ ଡରିବୁନି,ପଛକୁ ଫେରିବୁନି । ଆମେ ଆମ ମହିଳାଙ୍କ ସ୍ୱର,ନିଜ ଅଧିକାର ପାଇଁ ନିଜେ ଲଢିବୁ । ନିଜ ଅଧିକାର ପାଇଁ ରାସ୍ତାରେ ଏପରି ଗର୍ଜନ କରିଥିଲେ ଆଫଗାନି ମହିଳା । ହେଲେ ନିର୍ଦ୍ଦୟ ତାଲିବାନ ଏହାକୁ ସହଜରେ ସହ୍ୟ କରିପାରିନଥିଲା । ଶେଷରେ ଆନ୍ଦୋଳନକୁ ଓହ୍ଲାଇଥିବା ମହିଳା ଓ ଏହାକୁ କ୍ୟାମେରାରେ କଏଦ କରୁଥିବା ସାମ୍ବାଦିକକଙ୍କୁ ପଶୁ ପରି ପିଟିଥିଲା ତାଲିବାନ । ଏପରିକି ସେମାନେ ବନ୍ଧୁକ ମୁନରେ ଆନ୍ଦୋଳନକାରୀ ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ବେଳେ ସାମ୍ବାଦିକଙ୍କୁ ମଧ୍ୟ ଛାଡି ନାହାଁନ୍ତି ।

ତଥାପି ତାଲିବାନୀଙ୍କ ବନ୍ଧୁକ ମୁନକୁ ନଡରି ନିଜ ହକ୍ ପାଇଁ ଅନେକ ସ୍ଥାନରେ ମହିଳାମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ହେଲେ ମହିଳାଙ୍କ ଏଭଳି ବିକ୍ଷୋଭ ଯୋଗୁ ବିଚଳିତ ହୋଇପଡିଛି ତାଲିବାନୀ ଶାସକ । ସେଠାରେ ମୁତୟନ ଥିବା ତାଲିବାନୀ ଆତଙ୍କବାଦୀ ମହିଳାଙ୍କ ସହ ପଶୁପରି ବ୍ୟବହାର କରିଥିଲା । ଏପରିକି ସେମାନଙ୍କୁ ବନ୍ଧୁକ ଓ ବାଡିରେ ଆଖିବୁଝି ପିଟିଥିଲା । ତାଲିବାନ ସରକାର ଗଠନ କରିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ଉପରେ ବହୁ ରୋକ୍ ଲଗାଇଛି । ସ୍କୁଲ,କଲେଜରେ ପୁଅ,ଝିଅ ଏକାଠି ପାଠ ପଢିପାରିବେନି,ସେମାନେ ନିଜ ଇଚ୍ଛାରେ ଡ୍ରେସ ପିନ୍ଧିପାରିବେନି । ଏଭଳି ନିୟମ ଯୋଗୁ ବହୁ ମହିଳା ନିଜ କାମକୁ ଫେରି ପାରୁ ନଥିବା ସହ ବେରୋଜଗାର ହୋଇପଡିଛନ୍ତି । ତେବେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନି ମହିଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ