Masthead

ଚୀନ ରାଡାର ରେଞ୍ଜରେ ରହିବ ଶ୍ରୀହରିକୋଟା-ଚାନ୍ଦିପୁର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାରେ ଚୀନର ରାଡାର ବେସ୍ । ଶ୍ରୀଳଙ୍କାକୁ ଋଣ ଜାଲରେ ପକାଇବା ପରେ ସେଠାରେ ଏକ ରାଡାର ବେସ୍ ନିର୍ମାଣ କରିବାକୁ ଯୋଜନା ରଖିଛି ଚିନ୍ । ରାଡାର ବେସ୍ ଦ୍ୱାରା ଭାରତ ଉପରେ ନଜର ରଖିବାକୁ ଲକ୍ଷ୍ୟ ରଖିଛି । ଭାରତର ସାମରିକ ଗତିବିଧି ଓ ଭାରତୀୟ ନୌସେନା ଉପରେ ନଜର ରଖିପାରିବ । ଶ୍ରୀଲଙ୍କାର ଡୋଣ୍ଡରା ବେ’ ନିକଟସ୍ଥ ଜଙ୍ଗଲରେ ବେସ ନିର୍ମାଣ କରିବାକୁ ଚୀନ ସ୍ଥିର କରିଛି । ଏହି ପ୍ରକଳ୍ପର ତଦାରଖ ଚୀନର ସାଇନ୍ସ ଏକାଡେମୀ କରିବ । ଏତିତରେ ଏହି ଡୋଣ୍ଡରା ବେ ଶ୍ରୀଲଙ୍କାର ରାଜଧାନୀ ଥିଲା । ରାଡାର ବେସ୍ ନିର୍ମାଣ ହେବା ଦ୍ୱାରା ଚୀନ ଦକ୍ଷିଣ ଭାରତ ଉପରେ ତୀକ୍ଷ୍ଣ ନଜର ରଖିପାରିବ । ବିଶେଷ କରି କୁଡନକୁଲମ ଓ କଳ୍ପକମ ଆଣବିକ ଶକ୍ତି କେନ୍ଦ୍ର ଚୀନର ରାଡାରରେ ରହିବ ।

ସେହିପରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତୀୟ ନୌସେନାର ଗତିବିଧିକୁ ମଧ୍ୟ ଟ୍ରାକ କରିପାରିବ । ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ପ୍ରକ୍ଷେପଣ କେନ୍ଦ୍ର ଓ ଓଡ଼ିଶାର ଚାନ୍ଦିପୁର ମିଶାଇଲ ପରୀକ୍ଷଣ କେନ୍ଦ୍ର ମଧ୍ୟ ଏହି ରାଡାର ବେସର ରେଞ୍ଜ ମଧ୍ୟରେ ଆସିବ । ଏଥିସହ କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ବନ୍ଦର ଉପରେ ମଧ୍ୟ ଚୀନର ନଜର ରହିବ ବୋଲି ଅନୁମାନ କରାଯାଉଛି । ଚୀନର ଏହି ରାଡାର ବେସର ନଜର କେବଳ ଭାରତ ଉପରେ ନୁହେଁ, ବଂରଆମେରିକା ଓ ବ୍ରିଟେନର ଜାହାଜ ଉପରେ ବି ରହିବ । ଚୀନ କିଛି ବର୍ଷହେଲା ଲଗାତାର ଭାବେ ଭାରତ ଉପରେ ଗୁଇନ୍ଦାଗିରି କରିବାକୁ ଉଦ୍ୟମ କରି ଆସୁଛି । କେବଳ ଭାରତ ମହାସାଗର ନୁହେଁ, ଆରବ ସାଗରରେ ମଧ୍ୟ ଚୀନ ତାର ଦବଦବା ଜାରି ରଖିବା ଉଦେ୍ଦଶ୍ୟରେ ଏହାକୁ ଚାରିପଟୁ ଘେରିବାକୁ ଯୋଜନା ବନାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ