Masthead

ଚୀନ ରାଡାର ରେଞ୍ଜରେ ରହିବ ଶ୍ରୀହରିକୋଟା-ଚାନ୍ଦିପୁର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାରେ ଚୀନର ରାଡାର ବେସ୍ । ଶ୍ରୀଳଙ୍କାକୁ ଋଣ ଜାଲରେ ପକାଇବା ପରେ ସେଠାରେ ଏକ ରାଡାର ବେସ୍ ନିର୍ମାଣ କରିବାକୁ ଯୋଜନା ରଖିଛି ଚିନ୍ । ରାଡାର ବେସ୍ ଦ୍ୱାରା ଭାରତ ଉପରେ ନଜର ରଖିବାକୁ ଲକ୍ଷ୍ୟ ରଖିଛି । ଭାରତର ସାମରିକ ଗତିବିଧି ଓ ଭାରତୀୟ ନୌସେନା ଉପରେ ନଜର ରଖିପାରିବ । ଶ୍ରୀଲଙ୍କାର ଡୋଣ୍ଡରା ବେ’ ନିକଟସ୍ଥ ଜଙ୍ଗଲରେ ବେସ ନିର୍ମାଣ କରିବାକୁ ଚୀନ ସ୍ଥିର କରିଛି । ଏହି ପ୍ରକଳ୍ପର ତଦାରଖ ଚୀନର ସାଇନ୍ସ ଏକାଡେମୀ କରିବ । ଏତିତରେ ଏହି ଡୋଣ୍ଡରା ବେ ଶ୍ରୀଲଙ୍କାର ରାଜଧାନୀ ଥିଲା । ରାଡାର ବେସ୍ ନିର୍ମାଣ ହେବା ଦ୍ୱାରା ଚୀନ ଦକ୍ଷିଣ ଭାରତ ଉପରେ ତୀକ୍ଷ୍ଣ ନଜର ରଖିପାରିବ । ବିଶେଷ କରି କୁଡନକୁଲମ ଓ କଳ୍ପକମ ଆଣବିକ ଶକ୍ତି କେନ୍ଦ୍ର ଚୀନର ରାଡାରରେ ରହିବ ।

ସେହିପରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତୀୟ ନୌସେନାର ଗତିବିଧିକୁ ମଧ୍ୟ ଟ୍ରାକ କରିପାରିବ । ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ପ୍ରକ୍ଷେପଣ କେନ୍ଦ୍ର ଓ ଓଡ଼ିଶାର ଚାନ୍ଦିପୁର ମିଶାଇଲ ପରୀକ୍ଷଣ କେନ୍ଦ୍ର ମଧ୍ୟ ଏହି ରାଡାର ବେସର ରେଞ୍ଜ ମଧ୍ୟରେ ଆସିବ । ଏଥିସହ କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ବନ୍ଦର ଉପରେ ମଧ୍ୟ ଚୀନର ନଜର ରହିବ ବୋଲି ଅନୁମାନ କରାଯାଉଛି । ଚୀନର ଏହି ରାଡାର ବେସର ନଜର କେବଳ ଭାରତ ଉପରେ ନୁହେଁ, ବଂରଆମେରିକା ଓ ବ୍ରିଟେନର ଜାହାଜ ଉପରେ ବି ରହିବ । ଚୀନ କିଛି ବର୍ଷହେଲା ଲଗାତାର ଭାବେ ଭାରତ ଉପରେ ଗୁଇନ୍ଦାଗିରି କରିବାକୁ ଉଦ୍ୟମ କରି ଆସୁଛି । କେବଳ ଭାରତ ମହାସାଗର ନୁହେଁ, ଆରବ ସାଗରରେ ମଧ୍ୟ ଚୀନ ତାର ଦବଦବା ଜାରି ରଖିବା ଉଦେ୍ଦଶ୍ୟରେ ଏହାକୁ ଚାରିପଟୁ ଘେରିବାକୁ ଯୋଜନା ବନାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ