Masthead

ଚିରାଗ ହେଲେ ହନୁମାନ, କିଏ ରାମ?

ପାଟନା, (ବଡ଼ ଖବର ବ୍ୟୁରୋ): ପୁରାଣରେ ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ହନୁମାନ। ତାଙ୍କର ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ର। ଶୟନେ, ସପନେ, ଜାଗରଣେ ହନୁମାନ କେବଳ ଶ୍ରୀରାମଙ୍କୁ ହିଁ ଆରାଧନା କରନ୍ତି। ଇଏତ ଗଲା ପୁରାଣ କଥା। ଆମେ ଆପଣଙ୍କୁ କହୁଛୁ ବର୍ତ୍ତମାନର କଥା। ଆଜି ମଧ୍ୟ ହନୁମାନ ଅଛନ୍ତି। ସେ ନିଜକୁ ହନୁମାନ ବୋଲି କହି ବୁଲୁଛନ୍ତି। ଜାଣନ୍ତୁ ଏଇ ହନୁମାନ ଓ ଶ୍ରୀରାମ କିଏ?

ବିହାର ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ। ବିଭିନ୍ନ ଦଳର ନେତା ଚଳାଇଛନ୍ତି ପ୍ରଚାର। କୋଭିଡ କଟକଣା ଭିତରେ ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ମାଗୁଛନ୍ତି ଭୋଟ। ଆୟୋଜିତ ହେଉଛି ନିର୍ବାଚନୀ ସଭା ଓ ରାଲି। ଏକ ନିର୍ବାଚନୀ ସଭାରେ ଲୋକ ଜନଶକ୍ତି ପାର୍ଟି ସୁପ୍ରିମୋ ଚିରାଗ ପାଶୱାନ ନିଜକୁ ଶ୍ରୀରାମଚନ୍ଦ୍ରଙ୍କ ଭକ୍ତ ହନୁମାନ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଶ୍ରୀରାମଚନ୍ଦ୍ର ଆଖ୍ୟା।

ହନୁମାନ ନିଜ ଛାତି ଚିରି ପ୍ରଭୁ ଶ୍ରୀରାମ, ଦେବୀ ସୀତା ଓ ଲକ୍ଷ୍ମଣଲାଲଙ୍କୁ ଦେଖାଇଥିଲେ। ଚିରାଗ କହିଛନ୍ତି, ‘ମୋ ଛାତି ଚିରିଦେଲେ ମୋଦିଜୀ ହିଁ ଦେଖାଯିବେ’। ଏହି ନିର୍ବାଚନୀ ସଭାରେ ମୋଦି ଭକ୍ତ ଚିରାଗଙ୍କ ମନ୍ତବ୍ୟ ହାସ୍ୟରୋଳ ସୃଷ୍ଟି କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା