ଦରକାର ନାହିଁ ଡବଲ ଇଞ୍ଜିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ନବୀନଙ୍କ ଟାର୍ଗେଟରେ ବିରୋଧୀ। କହିଲେ ଦରକାର ନାହିଁ ଡବଲ ଇଞ୍ଜିନ । ଅଛି ଲୋକଙ୍କ ସରକାର । ଶଙ୍ଖ ଭବନରେ ଝାରସୁଗୁଡା ଉପ ନିର୍ବାଚନର ବିଜୟ ଉତ୍ସବ ପାଳନ ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏ ବିଜୟ ଝାରସୁଗୁଡାବାସୀଙ୍କର ଏବଂ ମହିଳାଙ୍କର । ଝାରସୁଗୁଡା ବିକାଶ ପାଇଁ ବିଜେଡି ଉଦ୍ୟମ ଜୋରଦାର କରିବ । ନବ ବାବୁଙ୍କ ବିକାଶ କାର୍ୟ୍ୟ ଆହୁରି ଆଗକୁ ନିଆଯିବ । ବିରୋଧୀ ଦଳ ମାଆମାନଙ୍କୁ ଅସମ୍ମାନ କରିଥିଲେ । ବାପାଙ୍କୁ ହରାଇ ଥିବା ଝିଅଙ୍କୁ ଗାଳି କରିଛନ୍ତି ବିରୋଧୀ । ପ୍ରତ୍ୟେକ ଉପ ନିର୍ବାଚନରେ ମିଶନ ଶକ୍ତିର ନେତ୍ରୀ ଓ ମାଆମାନଙ୍କୁ କ୍ରିଟିସାଇଜ କରୁଛନ୍ତି ବିରୋଧୀ । ମାଆମାନଙ୍କ ପ୍ରତି ଏଭଳି ମନ୍ତବ୍ୟକୁ କେବେ ବରଦାସ୍ତ କରିନାହାନ୍ତି ଓଡ଼ିଶାର ମହିଳାମାନେ । ବିରୋଧୀ ଦଳ ମାଆମାନଙ୍କ ବିକାଶକୁ ବିରୋଧୀ କରିଆସିଛନ୍ତି । ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସମସ୍ତେ ମିଳିମିଶି ଓଡ଼ିଶା ପାଇଁ କାମ କରିବା ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ