Masthead

ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି

ରାୟପୁର(ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ଜଶପୁରରେ ଏକ ଅଭାବନୀୟ ଘଟଣା ଘଟିଛି । କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଥିବାର ଦେଖିବାକୁ ମିଳିଛି । ସେପଟେ ମନ୍ତ୍ରୀ ଟିଏସ ସିଂହଦେବଙ୍କ ସମର୍ଥନରେ ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ପବନ ଅଗ୍ରୱାଲ ଯେମିତି କହିବା ଆରମ୍ଭ କରିଛନ୍ତି, ଅନ୍ୟ ନେତାମାନେ ମାଇକଠାରୁ ଦୂରରେ ଯାଇ ଧକ୍କା ମରାମରି ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ବରଂ ମଞ୍ଚ ଉପରକୁ ଯାଇ ମଧ୍ୟ ଧକ୍କା ମରାମରି ହୋଇଥିବାର ଦେଖିବାକୁ ମିଳିଛି ।

ଏହା ସହ ଅଗ୍ରୱାଲ ମଞ୍ଚରେ ଭାଷଣ ଦେବା ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଭାଷଣ ବନ୍ଦ କରିବାକୁ କହିଥିଲେ । ସେ ଏହା ନ ମାନିବାରୁ ତାଙ୍କୁ ମାଇକ ପାଖରୁ ଧକ୍କା ମାରି ନେଇ ମଞ୍ଚ ମଝିକୁ ଚାଲିଯାଇଥିଲେ । ଏହାପରେ କର୍ମୀମାନେ ଚାରିପଟୁ ମଞ୍ଚ ଉପରକୁ ଦୌଡିଆସି ଚଢିଯିବା ସହ ଅଗ୍ରୱାଲଙ୍କୁ ଆକ୍ରମଣ କରିଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ଛତିଶଗଡ଼ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ କଂଗ୍ରେସର ଦଳୀୟ କର୍ମୀଙ୍କ ମଧ୍ୟରେ ବାରମ୍ବାର ଦେଖାଦେଉଥିବା କନ୍ଦଳ ଜାତୀୟ କଂଗ୍ରେସକୁ ଚିନ୍ତାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ