Masthead

ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି

ରାୟପୁର(ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ଜଶପୁରରେ ଏକ ଅଭାବନୀୟ ଘଟଣା ଘଟିଛି । କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଥିବାର ଦେଖିବାକୁ ମିଳିଛି । ସେପଟେ ମନ୍ତ୍ରୀ ଟିଏସ ସିଂହଦେବଙ୍କ ସମର୍ଥନରେ ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ପବନ ଅଗ୍ରୱାଲ ଯେମିତି କହିବା ଆରମ୍ଭ କରିଛନ୍ତି, ଅନ୍ୟ ନେତାମାନେ ମାଇକଠାରୁ ଦୂରରେ ଯାଇ ଧକ୍କା ମରାମରି ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ବରଂ ମଞ୍ଚ ଉପରକୁ ଯାଇ ମଧ୍ୟ ଧକ୍କା ମରାମରି ହୋଇଥିବାର ଦେଖିବାକୁ ମିଳିଛି ।

ଏହା ସହ ଅଗ୍ରୱାଲ ମଞ୍ଚରେ ଭାଷଣ ଦେବା ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଭାଷଣ ବନ୍ଦ କରିବାକୁ କହିଥିଲେ । ସେ ଏହା ନ ମାନିବାରୁ ତାଙ୍କୁ ମାଇକ ପାଖରୁ ଧକ୍କା ମାରି ନେଇ ମଞ୍ଚ ମଝିକୁ ଚାଲିଯାଇଥିଲେ । ଏହାପରେ କର୍ମୀମାନେ ଚାରିପଟୁ ମଞ୍ଚ ଉପରକୁ ଦୌଡିଆସି ଚଢିଯିବା ସହ ଅଗ୍ରୱାଲଙ୍କୁ ଆକ୍ରମଣ କରିଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ଛତିଶଗଡ଼ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ କଂଗ୍ରେସର ଦଳୀୟ କର୍ମୀଙ୍କ ମଧ୍ୟରେ ବାରମ୍ବାର ଦେଖାଦେଉଥିବା କନ୍ଦଳ ଜାତୀୟ କଂଗ୍ରେସକୁ ଚିନ୍ତାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ