Masthead

ବଢିଲା ସିଏନଜି ଓ ପିଏନଜି ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  କମୁନି ପେଟ୍ରୋଲ ଓ ଡିଜେଲ ଦର । କ୍ରମାଗତ ଭାବରେ ୭ ଦିନ ବଢିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ତଥାପି ଲୋକଙ୍କୁ ମହଙ୍ଗାରୁ ନିସ୍ତାର ମିଳୁନି । ଆଜି ଦିଲ୍ଲୀରେ ସିଏନଜି ଓ ପିଏନଜି ଦାମ ବଢିଛି । ଆଜି ସକାଳୁ ଦିଲ୍ଲୀ ଓ ଏନସିଆର ରିଜନରେ ବର୍ଦ୍ଧିତ ଦର ଲାଗୁ କରାଯାଇଛି ।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର କେଜି ପିଛା ଦର ୪୯.୭୬ ଟଙ୍କା ଓ ପିଏନଜିର ଦର ୩୫.୧୧ ଟଙ୍କାରେ ପହଞ୍ଚିଛି । ସେହିପରି ନୋଏଡା ଓ ଗାଜିଆବାଦରେ ସିଏନଜିର ଦର ୫୬.୦୨ ଟଙ୍କା ଏବଂ ପିଏନଜି ୩୪.୮୬ ଟଙ୍କାରେ ବିକ୍ରି ହେଉଛି । ଗୁରୁଗ୍ରାମରେ ସିଏନଜିର କେଜି ପିଛା ୫୮.୨୦ ଟଙ୍କା ଓ ପିଏନଜିର ଦାମ ୩୩.୩୧ ଟଙ୍କା ରହିଛି । ସେପଟେ ୧୦ ଦିନ ମଧ୍ୟରେ ସିଏନଜି ଦାମ ଦ୍ୱିଦୀୟ ଥର ବଢିଛି । ଦେଖିବାକୁ ଗଲେ ଆଜି ସିଏନଜିର ଦର ପ୍ରାୟ ୨.୫ ଟଙ୍କା ମହଙ୍ଗା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ