Masthead

ଆନ୍ଦୋଳନକୁ ମିଳିଲାନି ଅନୁମତି, ଭୁବନେଶ୍ୱରରୁ ଫେରିଗଲେ ଶିକ୍ଷକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶିକ୍ଷକ ଆନ୍ଦୋଳନକୁ ମିଳିଲାନି ଅନୁମତି । ଭୁବନେଶ୍ୱରରୁ ଫେରିଗଲେ ଶିକ୍ଷକ, ଶିକ୍ଷୟିତ୍ରୀ । ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନ ଡାକରା ଦେଇ ରାଜଧାନୀରେ ପହଞ୍ଚିଥିଲେ । କିନ୍ତୁ ଲୋୟର ପିଏମଜିରେ ଆନ୍ଦୋଳନ କରିବାକୁ ଅନୁମତି ଦେଲେ ନାହିଁ ସରକାର । ଆନ୍ଦୋଳନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୁହ ଛୁଟି ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ରାଜଧାନୀ ପହଞ୍ଚି ସାରିଥିଲେ । ତିନି ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ । ଦେଢଲକ୍ଷ ଶିକ୍ଷକ ଭୁବନେଶ୍ୱରରେ ଆନେ୍ଦାଳନ କରିବା ପାଇଁ ସଜବାଜ କରିଥିଲେ । ଗତକାଲି ହଜାର ହଜାର ଶିକ୍ଷକ ଭୁବନଶ୍ୱେରରେ ପହଞ୍ଚି ସାରିଥିଲେ ।

ସରକାର ଅନୁମତି ନଦେବାରୁ ଅନେକ ଶିକ୍ଷକ ଗତକାଲି ଫେରିଯାଇଥିଲେ । ଏବଂ ଅନେକ ଶିକ୍ଷକ ଆଜି ରାଜଧାନୀରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦର୍ଶନୀ ପଡ଼ିଆରେ ଛାଡିଥିଲେ ଏବଂ ଆନ୍ଦୋଳନକୁ ଅନୁମତି ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଅନୁମତି ନମିଳିବାରୁ ଆନ୍ଦୋଳନ ପାଇଁ ରାଜଧାନୀରେ ପହଞ୍ଚିଥିବା ଶିକ୍ଷକ କହିଛନ୍ତି, ଆମକୁ ଆମ ଅଧିକାରରୁ କ୍ଷୁର୍ଣ୍ଣ କରାଯାଇଛି । ମାଧ୍ୟମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି, ପ୍ରାଥମିକ ଶିକ୍ଷାକୁ କାହିଁକି ନୁହେଁ । ଲକ୍ଷ ଲକ୍ଷ ଶିକ୍ଷକଙ୍କ ସହିତ କ’ଣ ପାଇଁ ଖେଳୁଛନ୍ତି ସରକାର । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ