Masthead

ସତ୍ୟବାନଙ୍କୁ କେମିତି ଯମ ମୁହଁରୁ ଛଡ଼ାଇ ଆଣିଥିଲେ ସାବିତ୍ରୀ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା । ବିବାହିତା ହିନ୍ଦୁ ମହିଳାଙ୍କ ପାଇଁ ଏହା ଏକ ପବିତ୍ର ଦିନ । ଏହି ଦିନ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ଭକ୍ତି ଓ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି । ଉପବାସ ରହି ପାଳିଥାନ୍ତି ଏହି ବ୍ରତ । ଜ୍ୟେଷ୍ଠ ଅମାବାସ୍ୟାରେ ଏହି ବ୍ରତ ପାଳନ କରାଯାଏ । ଓଡିଶା, ଉତ୍ତରପ୍ରଦେଶ, ବିହାର ଓ ନେପାଳର ବିବାହିତା ହିନ୍ଦୁ ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି । ସାବିତ୍ରୀଙ୍କ ନାମରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ମଦ୍ରଦେଶର ନରେଶ ଅଶ୍ୱପତିଙ୍କ ଝିଅ ସାବିତ୍ରୀ । ଜଙ୍ଗଲରେ ବାସ କରୁଥିବା ସତ୍ୟବାନଙ୍କୁ ସାବିତ୍ରୀ ବିବାହ କରିଥିଲେ । ଜଙ୍ଗଲରେ ସତ୍ୟବାନ କାଠ କାଟୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ପତିବ୍ରତା ସାବିତ୍ରୀ ଯମଙ୍କ କବଳକୁ ସ୍ୱୀମୀଙ୍କ ଜୀବନ ଫେରାଇ ଅଣିଥିଲେ । ପୁରାଣ ଯୁଗର ଏହି କାହାଣୀ ଆଜିବି ଜନମାନସରେ ଉଜ୍ଜୀବିତ ହୋଇରହିଛି । ପ୍ରତି ବର୍ଷ ଜ୍ୟେଷ୍ଠ ଅମାବାସ୍ୟାରେ ସଧବା ହିନ୍ଦୁ ରମଣୀମାନେ ସାବିତ୍ରୀ ଓ ସତ୍ୟବାନଙ୍କୁ ମନେ ପକାନ୍ତି । ଆଉ ସ୍ୱାମୀଙ୍କ ଦୀର୍ଘ ଓ ନିରାମୟ ଜୀବନ ପାଇଁ ପୂଜା କରିଥାନ୍ତି । ପୁରାଣ ଯୁଗର ସାବିତ୍ରୀ ପ୍ରତି ହିନ୍ଦୁ ମହିଳାଙ୍କ ପାଇଁ ଆଦର୍ଶ । ନବବସ୍ତ୍ର ପରିଧାନ କରି ନଅ ପ୍ରକାର ଫଳ ଓ ଫୁଲରରେ ଦେବୀ ସାବିତ୍ରୀଙ୍କ ଅରାଧନା କରିଥାନ୍ତି । ପରେ ପଢନ୍ତି ସାବିତ୍ରୀ ବ୍ରତ କଥା । କରୋନା କାଳରେ ମନ୍ଦିର ବନ୍ଦ ଥିବାରୁ ମହିଳାମାନେ ଘରେ ପୂଜାର୍ଚ୍ଚନା କରି ସ୍ୱାମୀମାନଙ୍କଠାରୁ ଆଶିଷ ଲାଭ କରିଥିଲେ । ସାବିତ୍ରୀ ବ୍ରତ ପାଇଁ ପୂର୍ବଦିନ ବଜାରରେ ପ୍ରବଳ ଭିଡ଼ ହୋଇଥିଲା । ଲୋକମାନେ କୋଭିଡ ନିୟମ ଉଲଘଂନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ