Masthead

ରାଜ୍ୟ ପାଇଁ ଖୁସି ଖବର: ୩୮୮୫ ସୁସ୍ଥ

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ରାଜ୍ୟରେ ୨୮୫୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଦିନକରେ ପୁଣି ୩୮୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୪ ହଜାର ୨୭୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୩ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୨୫, ପୁରୀରୁ ୧୯୩, ଝାରସୁଗୁଡ଼ାରୁ ୧୫୯, ବାଲେଶ୍ୱରରୁ ୧୩୩, ମୟୁରଭଞ୍ଜରୁ ୧୨୯, ଯାଜପୁରରୁ ୧୨୬, କେନ୍ଦୁଝରରୁ ୧୨୪, କେନ୍ଦ୍ରାପଡ଼ାରୁ ୧୨୨, ସୁନ୍ଦରଗଡ଼ରୁ ୧୨୧, କଳାହାଣ୍ଡିରୁ ୧୧୨, ବଲାଙ୍ଗିରରୁ ୧୦୩, ବରଗଡ଼ରୁ ୮୧, ନୂଆପଡ଼ାରୁ ୮୦, ଢେଙ୍କାନାଳରୁ ୭୯, ଜଗତସିଂହପୁର ଓ ସମ୍ବଲପୁରରୁ ୭୨ଜଣ ଲେଖାଏଁ, ରାୟଗଡ଼ାରୁ ୭୦, ଭଦ୍ରକରୁ ୬୪, କନ୍ଧମାଳରୁ ୫୯, ନବରଙ୍ଗପୁରରୁ ୫୬, ନୟାଗଡ଼ରୁ ୫୨, ସୋନପୁରରୁ ୫୦, କୋରାପୁଟରୁ ୪୮, ଗଞ୍ଜାମରୁ ୪୨, ବୌଦ୍ଧରୁ ୨୬, ମାଲକାନଗିରରୁ ୨୬, ଅନୁଗୁଳରୁ ୧୯, ଦେବଗଡ଼ରୁ ୧୬, ଗଜପତିରୁ ୧୫ ଏବଂ ଷ୍ଟେଟ ପୁଲରୁ ୧୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨