Masthead

ପଞ୍ଜାବକୁ ୨ ରନରେ ପରାସ୍ତ କଲା କୋଲକାତା

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜିନ ଯେତିକି ଆଗକୁ ବଢୁଛି ଖେଳରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି । ଆଜି ଆଇପିଏଲର ୨୪ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏକ ରୋମାଞ୍ଚକର ମ୍ୟାଚରେ କିଙ୍ଗିସ୍ ଏକାଦଶ ପଞ୍ଜାବକୁ ୨ରନରେ ପରାସ୍ତ କରିଛି । ଏହି ପରାଜୟ ପରେ ପଞ୍ଜାବକୁ ଏକ ବଡ଼ ଝଟକା ଲାଗିଛି ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା କୋଲକାତାକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ଅଧିନାୟକ ଦିନେଶ କାର୍ତ୍ତିକ ଏବଂ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଦଳକୁ ସମ୍ଭାଳିଥିଲେ । ବିଶେଷ କରି କାର୍ତ୍ତିକ କ୍ରିଜକୁ ଆସିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୨୨ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । କାର୍ତ୍ତିକ ଏବଂ ଗିଲ ଚତୁର୍ଥ ୱିକେଟ ପାଇଁ ୮୨ରନ ଯୋଡିଥିଲେ । ଉଭୟଙ୍କ ବ୍ୟାଟିଂ ବଳରେ କୋଲକାତା ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୬୪ରନ କରିପାରିଥଥିଲା । ପଞ୍ଜାବ ପକ୍ଷରୁ ଅକ୍ଷରଦୀପ ସିଂହ, ରବି ବିଶ୍ନୋଇ ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାହୁଲ ଓ ମୟଙ୍କ ଆର୍କଷଣୀୟ ଖେଳ ଆରମ୍ଭ କରିଥିଲେ । ଉଭୟେ ଆଉଟ ହେବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା । ଫଳରେ ନିର୍ଦ୍ଧାରିତ ଓଭରରେ ପଞ୍ଜାବ ୫ ୱିକେଟ ହରାଇ ୧୬୨ ରନରେ ଅଟକି ଯାଇଥିଲା । କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଏବଂ ସୁନିଲ ନାରିନ୍ ୨ଟି ୱିକେଟ ନେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼