Masthead

ସୁସ୍ଥ ହେଲେ ୩୪୦୪ ଆକ୍ରାନ୍ତ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଠାରୁ ବୃଦ୍ଧି ପାଇବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ରାଜ୍ୟରେ ୩୪୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ୩୪୦୪ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୩୭୪, ପୁରୀରୁ ୨୮୯, ବାଲେଶ୍ୱରରୁ ୧୪୮, ମୟୁରଭଞ୍ଜ ଓ ସମ୍ବଲପୁରରୁ ୧୩୦ଜଣ ଲେଖାଏଁ, କେନ୍ଦୁଝରରୁ ୧୧୬, ବରଗଡ଼ରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୯୮, ଭଦ୍ରକରୁ ୯୨, ଜଗତସିଂହପୁରରୁ ୯୦, ଝାରସୁଗୁଡ଼ାରୁ ୮୬, ଅନୁଗୁଳରୁ ୮୩, ନୂଆପଡ଼ାରୁ ୭୭, ନୟାଗଡ଼ରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧, ବଲାଙ୍ଗୀର ଓ ଢେଙ୍କାନାଳରୁ ୭୦ଜଣ ଲେଖାଏଁ, ସୁୁନ୍ଦରଗଡ଼ରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମ ଓ ସୋନପୁରରୁ ୪୮ଜଣ ଲେଖାଏଁ, ମାଲକାନାଗିରରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮, ଦେବଗଡ଼ରୁ ୧୧, ରାୟଗଡ଼ାରୁ ୨ଜଣ ଓ ଷ୍ଟେଟ୍ ପୁଲରୁ ୧୬୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ