Masthead

କରୋନାରେ କମାଲ କରୁଛି ଘଣ୍ଟ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ଘଣ୍ଟ ବଜାଇବା କଥା କୁହାଗଲେ ଏହା କେବଳ ଦେବ ଦେବୀଙ୍କ ପୂଜା କଥା ଆସିଥାଏ । କୌଣସି ସ୍ଥାନରେ ମେଳା, ପୂଜା ବା ଦେବକାର୍ଯ୍ୟ ହେଉଥିଲେ ଘଣ୍ଟ ବା ଘଣ୍ଟି ବାଜୁଥିଲା । ଏହା ଆମର ପରମ୍ପରା ରହିଛି । କାହିଁ କେଉଁ ପୂରୁଣା କାଳରୁ ଏହା ଚାଲିଛି ।

 

ହେଲେ ଏବେ ଯୁଗ ବଦଳି ଗଲାଣି । ପୂରୁଣା ଯୁଗ ଯାଇ ହାଇଟେକ ଯୁଗ ଆସିଛି । ଯୁଗ ସହ ତାଳ ଦେଇ ପ୍ରଥା ଓ ପରମ୍ପରା ବି ବଦଳୁଛି । ପୂର୍ବରୁ ଦେବପୂଜା ବେଳେ ଘଣ୍ଟ ବାଜୁଥିଲା । ତାହା ଦୃଷ୍ଟ ଶକ୍ତିଙ୍କୁ ଦେବ ପ୍ରସାଦ ଠାରୁ ଦୂରେଇ ରଖିବାକୁ ବୋଲି କୁହାଯାଏ । ଆଉ କେହି କେହି ଭାବ ଭକ୍ତିରେ ଏହା ବଜାଯାଉଥିବା କୁହନ୍ତି । ହେଲେ ଏବେ ଘଣ୍ଟ ବଜାଇଲେ ଅନେକ କିଛି ହେଉଛି । କରୋନା ଭୟ ସମସ୍ତଙ୍କୁ ଘାରିଛି । ସମସ୍ତେ କରୋନାକୁ ଡରୁଛନ୍ତି । ଏହି ଡର ଦୂରେଇବାକୁ ବା କରୋନାକୁ ହରାଇବାକୁ ଘଣ୍ଟପିଟା ଅଭିଯାନ ଆରମ୍ଭ ହେଲା । ଘର ଠାରୁ ଛକ ପର୍ଯ୍ୟନ୍ତ ବାଜିଲା ଘଣ୍ଟ । ଘଣ୍ଟ ନପାଇ ଲୋକେ ଥାଳି ବି ବଜେଇଲେ । ଏହାଦ୍ୱାରା କରୋନା ଭୟ ଦୂର ହେବ ବୋଲି କୁହାଗଲା । କିଛିକାଂଶରେ ଏହା କରୋନା ସମ୍ପର୍କରେ ସଚେତନତା ବି ଆଣିଥିବା କୁହାଯାଏ ।

ଏବେ ରାଜ୍ୟ ସରକାର ଲୋକଙ୍କ ଦାବିକୁ ଅଣଦେଖା କରୁଛନ୍ତି । ଯାହାର ଚିତ୍ର ରାସ୍ତାଘାଟରେ ଚାଲିଥିବା ଧାରଣା, ବିକ୍ଷୋଭରୁ ଜଣାପଡ଼ୁଛି । ଲୋକଙ୍କ ଗୁହାରୀ ସରକାରଙ୍କ କାନରେ ପଡ଼ୁନାହିଁ । ସରକାର ଯେପରି କାନରେ ‘ଚୁଣ୍ଟା’ ଦେଇ ବସିଥିବା ଭଳି ଲାଗୁଛି । ସରକାରଙ୍କ କାନରୁ ଚୁଣ୍ଟା ବାହାର କରିବାକୁ ପୁଣି ଥରେ ଘଣ୍ଟ ବାଜିଛି । ଏଥର ରାଜ୍ୟର ବିଭିନ୍ନ ମନ୍ଦିରର ସେବକମାନେ ଘଣ୍ଟାକୁ ଅସ୍ତ୍ର କରିଛନ୍ତି । କରୋନା ପାଇଁ ସବୁ କିଛି ବନ୍ଦ ରଖିଛନ୍ତି ସରକାର । ବିଶେଷ କରି ଦେବାଳୟ ବନ୍ଦ । ଏବେ ସରକାର ବଜାର, ଘାଟ, ବେପାର ବଣିଜ ଖୋଲିଲେଣି । ରାଜନେତାମାନେ ସଭା ସମିତି ବି କଲେଣି । ହେଲେ ଦେବାଳୟ ଖୋଲୁ ନାହାନ୍ତି । ଏହାଦ୍ୱାରା ହଜାର ହଜାର ସେବକ ପରିବାରଙ୍କ ଜୀବିକା ଉଜୁଡ଼ି ଗଲାଣି । ସରକାରଙ୍କ ନିକଟରେ ଗୁହାରୀ ରଖିବାକୁ ସେବକମାନେ ପୁଣି ଥରେ ଘଣ୍ଟ ପିଟା ଆରମ୍ଭ କରିଛନ୍ତି । ଘଣ୍ଟ ପିଟିବା ପରେ ସରକାରଙ୍କ କାନରେ ଗୁହାରୀ ପଡ଼ିଛି । ସରକାର ମନ୍ଦିର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼