Masthead

ସ୍ୱଚ୍ଛ ଭାରତ ଅଭିଯାନରେ ମହାଦୁର୍ନୀତି

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତ ଅଭିଯାନରେ ମହାଦୁର୍ନୀତି, ହିତାଧୀକାରିଙ୍କ ପାଇଁ ଯାଆଁଳା ପାଇଖାନା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ୍ ମଇଦଳପୁର ପଂଚାୟତ ଆଁଉଲି ଗ୍ରାମରେ ଦେଖିବାକୁ ମିଳିଛି ଅପରି ଏକ ଦୃଶ୍ୟ । ଆଁଉଲି ଗ୍ରାମରେ ମଦନାବତି କୃମି ଓ ମାଧୁରୀ କୃମି ଏହି ଦୁଇ ଜଣଙ୍କୁ ଦୁଇଟି କାର୍ଯ୍ୟାଦେଶ ମିଳିଥିଲା । ପ୍ରତ୍ୟେକ ପାଇଖାନା ପାଇଁ ମିଳିଥିବା ୧୨ହଜାର ଟଙ୍କାକୁ ଆତ୍ମସାତ କରାଯାଇ ଦୁଇଟି ପାଇଖାନା କୁ ଗୋଟିଏ କୋଠରୀରେ ଗୋଟିଏ ସ୍ଥାନରେ ନିର୍ମାଣ କରାଯାଇଛି ।

ମଝିରେ କାନ୍ଥ ମଧ୍ୟ ପଡ଼ି ନାହିଁ , କେବଳ ସେତିକି ନୁହେଁ ଟାଙ୍କି ଖୋଳା ଯାଇଛି ହେଲେ ଉପରେ ଘୋଡୋନି ବସାଯାଇ ନାହିଁ । ଏଠି ପ୍ରଶ୍ନ ଉଠୁଛି ପ୍ରଶାସନ କେମିତି ଜାଣି ପାରି ନାହିଁ ଠିକାଦାର ଓ ପ୍ରଶାସକଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ନାହିଁ ତ । ଗାଁ କୁ ବାହ୍ୟ ମଳମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କେବଳ ଗୋଟିଏ କି ଦୁଇଟି ନୁହେଁ ଗାଁରେ ରହୁଥିବା ୧୪୫ ହିତାଧିକାରୀଙ୍କ ପାଇଖାନା ନିର୍ମାଣରେ କିଛି ନା କିଛି ଦୁର୍ନୀତି ନିଶ୍ଚିତ ହୋଇଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ