Masthead

ଲୋକେ କ’ଣ ଭକୁଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଭିଡ କଟକଣା ଭାଙ୍ଗିବା ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ବିଜେଡି, କଂଗ୍ରେସ ପରେ ବିଜେପି ନେତା ଓ ଶତାଧିକ କର୍ମୀ ନିୟମ ନମାନି ଅମାନିଆ ହୋଇଥିଲେ । ବିନା ମାସ୍କ ଓ ସାମାଜିକ ଦୂରତା ନିୟମର ଧଜିଆ ଉଡାଇ ଦେଇଥିଲେ ଏହି ଦଳୀୟ ନେତାମାନେ । ଲୋକେ ଏହା ଦେଖି ନେତାଙ୍କ ଆଡକୁ ଆଙ୍ଗୁଠି ଦେଖେଇଲେ ଯେତେବେଳେ ସେତେବେଳେ ବିଳିବିଳେଇଲେ ନେତା । ପ୍ରଶାସନର ମଧ୍ୟ ଚୈତନ୍ୟ ଉଦୟ ହେଲା । କିଏ ଗୋଇଠା ମାରି ବିଷ୍ଣୁ କହିଲାଣି ତ ଆଉ କିଏ ମ୍ରିୟମାଣ ହୋଇ ହିତାହିତ ଜ୍ଞାନ ଭୁଲି ଭୁଲକଲେ ବୋଲି କହୁଛନ୍ତି । ଆଉ କିଏ ନିଜର ଦୋଷ ଲୁଚାଇବାକୁ ଯାଇ ଅନ୍ୟମାନଙ୍କ ଭୁଲ ଦେଖାଯାଉନାହିଁ କି ବୋଲି ପ୍ରଶ୍ନ କଲେଣି । କି ଅବସ୍ଥା ହେଲାଣି, ନେତାଙ୍କୁ କେବେ ସଦବୁଦ୍ଧି ମିଳିବ କେଜାଣି । ଏବେ ଆସିବା ବିଷୟ ବସ୍ତୁକୁ ।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ କଟକଣାକୁ ନମାନି ଶତାଧିକ କର୍ମୀଙ୍କ ଗହଣରେ ନିଜର ବାର୍ଥଡେ ସେଲିବ୍ରେସନ କରିଥିଲେ । ବିନା ମାସ୍କରେ କେକ୍ କାଟିବା ସହ କର୍ମୀଙ୍କ ସହ ମିଶି ଡିଜେ ତାଳରେ ନାଚିଥିଲେ । ତା ପୁଣି ନିଜର ପାର୍ଟି ଅଫିସରେ । ଏହାର ଭିଡିଓ ଭାଇରାଲ ହୋଇଥିଲା । ସାଂସଦ ଅପରାଜିତା ଜଣେ ଅଭ୍ୟାସଗତ ନିୟମ ଭଙ୍ଗକାରୀ ବୋଲି ମନ୍ତ୍ରୀ କ୍ୟପଟେନ ଦିବ୍ୟଶଙ୍କର ମିଶ୍ର କହି କେନ୍ଦ୍ର ଗୃହ ରଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ । କହିଲେ ସାଂସଦଙ୍କୁ ସମ୍ଭାଳ । ଏହାପରେ ସାଂସଦ ଅପରାଜିତା ଯେତେବେଳେ କାଉଣ୍ଟର ଆଟାକ୍ କଲେ ସତେବେଳେ ବିଜେଡି ନେତାଙ୍କ ଅକଲ ଗୁଡୁମ ହେଇଗଲା କି କ’ଣ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ନିଜ ଭୁଲ ସ୍ୱୀକାର କରି ଭିଡିଓ ବାର୍ତ୍ତା ରିଲିଜ କଲେ । ବିଧାୟକ କହିଲେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ଖବର ଶୁଣି ଦୁଃଖରେ ମ୍ରିୟମାଣ ହୋଇ ଯାଇଥିଲେ । ନିଜେ କୋଭିଡ ପଜେଟିଭ ଥାଇ ମଧ୍ୟ ପୁରୀ ସ୍ୱର୍ଗଦ୍ୱାରକୁ ପଳାଇଥିଲେ । ଏଥିପାଇଁ ଆଇନ ଅନୁଯାୟୀ ଯହା କାର୍ଯ୍ୟାନୁଷ୍ଠାନ ହେବେ ତାକୁ ମାନିବେ । ସାଂସଦଙ୍କ ପ୍ରତିକ୍ରୀୟା ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ପରେ ବିଏମସି କତ୍ତୃପକ୍ଷଙ୍କ ଚେତା ପଶିିଲା । ସଙ୍ଗେ ସଙ୍ଗେ ବାର୍ଥଡେ ପାର୍ଟି ପାଳନ ହୋଇଥିବା ସାଂସଦଙ୍କ ପଳାସପଲୀରେ ଥିବା ଅଫିସକୁ ୧୫ଦିନ ପାଇଁ ସିଲ୍ କରିଦେଲେ । ଆଇନକୁ ଭୁଲି ଯାଉଥିବା ନେତା ଲୋକଙ୍କୁ ଭକୁଆ ଭାବି ରାଜନୀତି କରୁଛନ୍ତି । କୋଭିଡ କାଳରେ ଜୀବନ ଜିବୀକା ପାଇଁ ହନ୍ତସନ୍ତ ହେଉଥିବା ଲୋକେ ଆଇନ ଭାଙ୍ଗିଲେ ତତକ୍ଷଣାତ୍ ଆକ୍ସନ ହେଉଛି । ମାତ୍ର ନେତାଙ୍କ କ୍ଷେତ୍ରରେ ପଛଘୁଞ୍ଚା କାହିଁକି ? ଏମାନଙ୍କ ଭୁଲ କ’ଣ ଦେଖାଯାଉନି ନା ଏମାନେ ଆଇନର ଉଦ୍ଧ୍ୱର୍ରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର