Masthead

ଧର୍ମେନ୍ଦ୍ରଙ୍କ ବାଣ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲକୁ ସହଜରେ ହଜମ କରିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ସେ ରାଜ୍ୟ ସରକାରଙ୍କୁ ମାରିଛନ୍ତି ବାଣ । ବିଶ୍ୱବିଦ୍ୟାଳୟ ବିଲକୁ ଉଚ୍ଛେଦ ପାଇଁ ସେ ଦାବି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏଥିରେ ସିଧାସଳଖ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ବିଲ୍ ଜାତୀୟ ଶିକ୍ଷା ନୀତିର ବିରୁଦ୍ଧାଚରଣ କରୁଛି ।

ରାଜ୍ୟର ଛାତ୍ର, ଶିକ୍ଷକ ଓ ଗବେଷକମାନଙ୍କ ପାଇଁ ଏହି ବିଲ୍ ବିଶେଷ ସହାୟକ ହେବ ନାହିଁ । ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବିଲ୍ ଉଚ୍ଛେଦ ନିହାତି ଜରୁରୀ । କେନ୍ଦ୍ରୀୟ ନୂଆ ଶିକ୍ଷାନୀତି-୨୦୨୦ର ଏହା ବିରୁଦ୍ଧାଚରଣ କରୁଛି । ୟୁଜିସି ନିୟମ ବିରୋଧରେ ଏକତରଫା ନିଷ୍ପତ୍ତି ନିଆଯାଇ ପାରିବନି । ଓପିଏସସି ଅଧ୍ୟାପକ ନିଯୁକ୍ତ କଲେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବ । ବ୍ୟକ୍ତିଗତ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟ ବିଲ୍ ଉଚ୍ଛେଦ ପାଇଁ ସେ ଉଦ୍ୟମ କରିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠିଲେଖି ଧର୍ମେନ୍ଦ୍ର ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍ ଉଚ୍ଛେଦ ପାଇଁ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ