Masthead

ଜେଡିୟୁ ଛାଡ଼ିଲେ ମୀନା ସିଂ

ପାଟନା (ବଡ଼ ଖବର ବ୍ୟୁରୋ): ଜେଡିୟୁ ଛାଡ଼ିଲେ ପୂର୍ବତନ ଏମ୍‌ପି ମୀନା ସିଂ । ଶୁକ୍ରବାର ସେ ଜେଡିୟୁ ଛାଡ଼ିଛନ୍ତି। ମୀନା ସିଂଙ୍କ ବ୍ୟତୀତ ଅନ୍ୟ ଅନେକ ନେତା ମଧ୍ୟ ଜେଡିୟୁର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଜଣାପଡିଛି। ମୀନା ସିଂ ଭାଜପାରେ ଯୋଗଦେଇ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ୨୦୦୮ରେ ସ୍ବାମୀ ତଥା ଏମ୍‌ପି ଅଜିତ କୁମାର ସିଂଙ୍କ ପରଲୋକ ପରେ ମୀନା ବିକ୍ରମଗଞ୍ଜ ଲୋକ ସଭା ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଏପରିକି ସେ ୨୦୦୯ ନିର୍ବାଚନ ମଧ୍ୟ ଜିତିଥିଲେ। ୨୦୧୪ରେ ସେ ନିର୍ବାଚନ ଲଢ଼ି ହାରିଯାଇଥିଲେ। ସେପଟେ ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତି ନେବେ ବୋଲି ମୀନା ସିଂ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ