Masthead

ଦିନକ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକ ପୂର୍ବରୁ ସରିଲା ବିଧାନସଭା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି  ଘୋଷଣା କରିଛନ୍ତି ବାଚସ୍ପତି । ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଯାହାକୁ ଏକାଧିକ ବିଧାୟକମାନେ ସମର୍ଥନ କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିଲା,  ସରିଥାଆନ୍ତା ୨୫ରେ । କିନ୍ତୁ, ଏହି  ସ୍ୱଳ୍ପକାଳୀନ ଅଧିବେଶନ ଦିନକ ଆଗରୁ ବୁଧବାର ସରିଛି । ଚାଲିଲା ମାତ୍ର ୬ଦିନ ।

ଚଳିତ ମୌସୁମୀ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି ।  ୨ଟି ବିଲ୍ ଆସିବା ସହ ଜିଏସଟି ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ  ।  ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୫ ପାରିତ ।  ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍-୨୦୨୫ ପାରିତ ହୋଇଛି ।  ଜିଏସଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ ପାରିତ ହୋଇଥିଲା ।  ୬ ଦିନ ଧରି ବେଶ ସରଗରମ ଥିଲା ବିଧାନସଭା ଅଧିବେଶନ  ।  ସାର ଅଭାବ, ମହିଳା ବିରୋଧୀ ଅପରାଧ ବୃଦ୍ଧିକୁ ପ୍ରସଙ୍ଗ କରିଥିଲେ ବିରୋଧୀ ।  ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କାଟ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରତିବାଦ ଜାରି ରଖିଥିଲେ ବିରୋଧୀ ।

ହଟ୍ଟଗୋଳ ଭିତରେ  ଗୋଟିଏ ବି ଦିନ ପ୍ରଶ୍ନକାଳ  ସ୍ୱାଭାବିକ ହୋଇପାରିନଥିଲା  ଏହି ଅଧିବେଶନରେ । ବୁଧବାର  ସର୍ବାଧିକ ୩୦ ମିନିଟ ପ୍ରଶ୍ନକାଳ  ଚାଲିପାରିଥିଲା, ତାହା ବି ନାରାବାଜି  ଭିତରେ । ଅଧିବେଶନରେ ଗୋଟିଏ  ମାତ୍ର ମୁଲତବୀ ପ୍ରସ୍ତାବ ଉପରେ  ଆଲୋଚନା ସମ୍ଭବପର ହୋଇଥିଲା ।  ୮ଟି ତାରକା ପ୍ରଶ୍ନ ଉପରେ ଆଲୋଚନା  ହୋଇଥିବାବେଳେ ୨ଟି ସଂଶୋଧନ  ବିଲ୍‌ ପାରିତ ହୋଇଛି । ଶେଷ ଦିନରେ  ୪ଟି ସିଏଜି ରିପୋର୍ଟ ଉପସ୍ଥାପନ  ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି