କଟକ (ବଡ଼ ଖବର ବ୍ୟୁରୋ): ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି କଟକ ବନ୍ଦ ଡାକରା । ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା । ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୩୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍ । ଅପ୍ରିତୀକର ତଥା ହିଂସାତ୍ମକ ପରିସ୍ଥିତି ଏଡ଼ାଇବାକୁ ସଜାଗ ହୋଇରହିଛି କମିସନରେଟ ପୋଲିସ୍ । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି ।
ସେପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ କରାଯାଇଛି । ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାରଙ୍କ ସୂଚନା ଦଇଛନ୍ତି । ସେ କହିଛନ୍ତି ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ୍ କରିଛି । ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି । ପେଟ୍ରୋଲ୍ ପମ୍ପ, ହସ୍ପିଟାଲ୍, ମେଡିସିନ୍ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା ରଖାଯାଇଛି ।
ଅନ୍ୟପଟେ କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୋଲିସ୍ କମିଶନରଙ୍କ ସୂଚନା ଦେଇଛନ୍ତି । ଅଧିକ ବସ୍ ଚଳାଚଳ ନ କରିବା ପାଇଁ ପୋଲିସ୍ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି । କଟକ ସହରରେ ଥିବା ସବୁ ସରକାରୀ ଅଫିସ୍ ଓ ଏସସିବି ମେଡିକାଲ୍ ଖୋଲା ରଖାଯାଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରିଛନ୍ତି ପୋଲିସ ଡିଜି । କହିଛନ୍ତି କଟକ ଭାଇଚାରାର ସହର, ଏଠି ସବୁ ପର୍ବ ସମସ୍ତେ ମିଳିମିଶି ପାଳନ୍ତି । କଟକବାସୀଙ୍କୁ ଅପିଲ୍ କରୁଛି, ସମସ୍ତେ ଆଇନ୍ ଶୃଙ୍ଖଳା ବଜାୟ ରଖନ୍ତୁ । ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ଓଡ଼ିଶା ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ।
ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଉପରେ ବିଶ୍ବାସ କରନ୍ତୁ ନାହିଁ । ପୋଲିସ ୱେବସାଇଟ୍ରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ବାସ କରନ୍ତୁ । କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଅପିଲ କରିଛନ୍ତି । କହିଛନ୍ତି ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି । କଟକର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଗେଇ ଆସନ୍ତୁ ।
କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା । ସିଏସି, ସିଡିଏ ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ । ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ଜାରି । ହ୍ବାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ଏକ୍ସ ଓ ସ୍ନାପ୍ଚାଟ୍ ବନ୍ଦ । ମୋବାଇଲ୍ ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା । କଟକ ସହରର କିଛି ଅଞ୍ଚଳ ପାଇଁ କର୍ଫ୍ୟୁ ଘୋଷଣା । ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ସୂଚନା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ମଙ୍ଗଳାବାଗ୍, କ୍ୟାଣ୍ଟନ୍ମେଣ୍ଟ, ପୁରୀଘାଟ ଅଂଚଳରେ କର୍ଫ୍ୟୁ । ବାଦାମବାଡ଼ି, ଲାଲ୍ବାଗ୍, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲ୍ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ ବି କର୍ଫ୍ୟୁ । ସରକାରୀ ଅଫିସ୍ ଖୋଲା, ଜରୁରୀ ସେବା ଜାରି ରହିବା ପାଇଁ ସିପି କରିଛନ୍ତି ।
