Masthead

ସୁଯୋଗ ମିଳିଲେ ରାଜନୀତିରେ ଯୋଗ ଦେବି: ଶୋଭନ କର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜନୀତିରେ ଯୋଗଦେବା ପାଇଁ ଇଛା । ସୁଯୋଗ ମିଳିଲେ ଯୋଗ ଦେବି । ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ବୋଲି ମାନେ । ବିଜେଡିରୁ ଅଫର ମିଳିଲେ ନିଶ୍ଚୟ ଗ୍ରହଣ କରିବି । ଏଭଳି କହିଛନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର । କହିଛନ୍ତି, ମୁଁ ଚାକିରି ଛାଡ଼ି ଓଡ଼ିଶାକୁ ଆସିଥିଲି କିଛି କାମ କରିବା ପାଇଁ। ଯେହେତୁ ପଲିଟିକାଲ ଫ୍ୟାମିଲିରୁ ଆସିଛି ଏବଂ ବାପାଙ୍କ ଅବଦାନ ସମସ୍ତେ ଜାଣିଛନ୍ତି। ମୋର ଇଚ୍ଛା ନାହିଁ ବୋଲି କହିବି ନାହିଁ । ଇଚ୍ଛା ଅଛି କିନ୍ତୁ କ’ଣ ହେବ ଆଗକୁ ଦେଖିବା। ମୁଁ ତ ନିଜେ ଛିଡ଼ା ହୋଇ ଆନାଉନ୍ସ କରିବି ନାହିଁ ଯେ ମୁଁ ନିର୍ବାଚନ ଲଢ଼ିବି ନେତା ହେବି ।

ମାହାଙ୍ଗାବାସୀ ଏହାର ନିଷ୍ପତ୍ତି କରିବେ‌। ମାହାଙ୍ଗା ଲୋକ ବହୁତ ସ୍ନେହ ଆଦର ଦେଇଛନ୍ତି ବାପାଙ୍କୁ । ମୁଁ ମାହାଙ୍ଗାର ଜନସାଧାରଣଙ୍କ ସହ ଅଛି ରାଜନୀତିରେ କ’ଣ ହେବ ଆଗକୁ ଦେଖିବା। ମାହାଙ୍ଗା ବାସୀ ଚାହିଁଲେ ମୁଁ ଲଢ଼ିବି । ଶୋଭନ କହିଛନ୍ତି ମୋ ବାପା ବିଜୁ ଜନତା ଦଳରେ ଥିଲେ। ବିଜୁ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ନବୀନ ବାବୁଙ୍କ ସହ କାମ କରିଛନ୍ତି।ତେଣୁ ଲୋକ ଭାବୁଛନ୍ତି ଆମେ ବିଜୁ ଜନତା ଦଳରେ ରହି କାମ କରିବୁ। ମୁଁ କୈାଣସି ଦଳରେ ନାହିଁ ସ୍ୱାଧୀନ ଭାବରେ ମାହାଙ୍ଗା ରେ ବୁଲାବୁଲି କରୁଛି। ଯଦି ସୁଯୋଗ ମିଳିବ ବିଜେଡି ହେଉ କି ଅନ୍ୟ କେଉଁ ଦଳ ମୁଁ ବିଚାର କରିବି। ନିର୍ଭିକ ଉତ୍କଳ ଦିବସ ସଂସ୍କରଣ ଉନ୍ମୋଚନ ଅବସରରେ ଏହା କହିଛନ୍ତି ଶୋଭନ କର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ