Masthead

ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣରେ ଦେଖିବାକୁ ମିଳିଲା ପ୍ରଦୀପଙ୍କ ପତିଆରା, ଆଗକୁ ହେବ କି ଆଉ ଏକ ସମୀକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର । ଶପଥ ଗ୍ରହଣ ସମାରୋହରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏକାଠି ହୋଇଥିଲେ । ରାଜଭବନରେ ଭବ୍ୟ ସମାରୋହ ହେଲା । ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥପାଠ କରାଇଲେ । ମଞ୍ଚରେ ରାଜ୍ୟପାଳ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ମଞ୍ଚ ତଳେ ଅନେକ ଲୋକ ଥିଲେ । ତେବେ ସବୁଠୁ ବେଶର ଚର୍ଚ୍ଚାରେ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେଡିରୁ ବିଦା ହେବା ପରେ ପ୍ରଦୀପ ଏବେ ବିଧାନସଭାର ଜଣେ ସ୍ୱାଧୀନ ବିଧାୟକ ।

ସେ ପୂର୍ବତନ ମନ୍ତ୍ରୀ ହୋଇପାରନ୍ତି, ଏବେ କିନ୍ତୁ କେବଳ ବିଧାୟକ । ଏହା ସତ୍ୱେ ପ୍ରଦୀପଙ୍କୁ ଆଜି ଯେଉଁ ଜାଗାରେ ଦେଖିବାକୁ ମିଳିଲା ସେଥିରୁ ବୁଝାପଡ଼ିଲା ଯେ ରାଜଭବନ ପକ୍ଷରୁ ତାଙ୍କୁ ଖୁବ୍ ଗୁରୁତ୍ୱ ମିଳିଛି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସହ ଆଗ ଧାଡ଼ିରେ ଉପସ୍ଥିତ ଥିଲେ । ଦେଖନ୍ତୁ ଏ ଦୃଶ୍ୟକୁ । ଗୋଟେ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୋଟେ ପଟେ ବାଚସ୍ପତି ପ୍ରମିଳା ମଲ୍ଲିକ । ଅନେକ ବିଧାୟକ ପଛ ଧାଡ଼ିରେ ଥିଲାବେଳେ ପ୍ରଦୀପ କିନ୍ତୁ ଥିଲେ ଆଗ ଧାଡ଼ିରେ । ପୁଣି ଧର୍ମେନ୍ଦ୍ର ପ୍ରମିଳାଙ୍କ ପାଖାପାଖି । ଏଥିରୁ କ’ଣ ବୁଝା ପଡୁଛି । ଏହା ବୁଝିବା କି ପ୍ରଦୀପକୁ ନେଇ ନୂଆ ରାଜନୈତିକ ସମୀକରଣ ତିଆରି ହେଉଛି । ଏହା ବୁଝିବା କି ପ୍ରଦୀପ ଖୁବଶୀଘ୍ର ବିଜେପିକୁ ଯାଇପାରନ୍ତି । ଏହା ବୁଝିବାକି ପ୍ରଦୀପକୁ ଧର୍ମେନ୍ଦ୍ର ଖୁବ୍ ଗୁରୁତ୍ୱ ଦେଉଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ