Masthead

ପୁନେରେ କର୍ଫ୍ୟୁ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ । ପୁନେରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଶନିବାର ଠାରୁ ଏହି କଟକଣା ଜାରି ହେବ। ସଦ୍ଧ୍ୟା ୬ ରୁ ସକାଳ ୬ ଯାଏଁ ଲାଗୁ ରହିବ କର୍ଫ୍ୟୁ । ୧୨ ଘଣ୍ଟା ମଧ୍ୟରେ ଚଳପ୍ରଚଳ ଉପରେ କଡା କଟକଣା ରହିବ । ଆସନ୍ତା ୭ ଦିନ ଯାଏଁ ବନ୍ଦ ରହିବ ବାର୍, ହୋଟେଲ, ରେଷ୍ଟୁରାଂଟ ଓ ସିନେମା ହଲ । ସେହିପରି ଆସନ୍ତା ୭ ଦିନ ପାଇଁ ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ନେଇ ନିଷ୍ପତି ନେଇଛି ସ୍ଥାନୀୟ ପ୍ରଶାସନ ।

ବିବାହ ଅନ୍ତିମ ସଂସ୍କାରକୁ ବାଦ୍ ଦେଇ ଅନ୍ୟ ସମସ୍ତ ସମାବେଶ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି। ଅନ୍ତିମ ସଂସ୍କାରରେ  ୨୦ ଏବଂ ବିବାହ ଉତ୍ସବରେ ୫୦ ରୁ ଅଧିକ ଲୋକଙ୍କ ଉପରେ କଟକଣା ଲଗାଯାଇଛି । ଘରୋଇ ବସ୍ ସେବା ମଧ୍ୟ ପୁନେରେ ବନ୍ଦ ରହିବ। ଆଗାମୀ ୭ ଦିନ ପରେ ସ୍ଥିତିର ସମୀକ୍ଷା ପରେ ଆଗାମୀ ନିଷ୍ପତି ନିଆଯିବ । ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ଯଦି କରୋନା ସ୍ଥିତି ଏଭଳି ରହିଲା, ତେବେ ଲକଡାଉନ ଫେରିପାରେ । ଆଗାମୀ କିଛିଦିନ ମଧ୍ୟରେ ଯାଞ୍ଚ ଓ କୋଭିଡ ନିର୍ଦ୍ଦେଶନାମାକୁ କଡାକଡି କରାଯିବ। ଏହାର ଘୋଷଣା କିଛି ଦିନ ମଧ୍ୟରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ