Masthead

ଆଜି ପ୍ଲେ ଅଫକୁ ଯାଇପାରିବ କି ଦିଲ୍ଲୀ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ତ୍ରୟୋଦଶ ସିଜନର ୪୭ତମ ମ୍ୟାଚରେ ମୁହାଁମୁହିଁ ହେବେ ସନ ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଡେଭିଡ୍ ୱାର୍ଣ୍ଣରଙ୍କୁ ଟକ୍କର ଦେବେ ଶ୍ରେୟାସ ଆୟର । ଆଜି ଉଭୟ ଦଳ ସେମାନଙ୍କ ଦ୍ୱାଦଶ ମ୍ୟାଚ ଦୁବାଇରେ ଖେଳିବେ । ହାଇଦ୍ରାବାଦ ୧୧ଟି ମ୍ୟାଚରୁ ୪ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବାବେଳେ ଦିଲ୍ଲୀ ୧୧ ମ୍ୟାଚରୁ ୭ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଇପିଏଲ ଇତିହାସରେ ଉଭୟ ଦଳ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ଦିଲ୍ଲୀ ୬ଥର ଓ ହାଇଦ୍ରାବାଦ ୧୦ଥର ବାଜି ମାରିଛି । ଦିଲ୍ଲୀ ତା’ର ପୂର୍ବ ଦୁଇ ମ୍ୟାଚରେ ପରାଜୟ ବରଣ କରିଛି । ଆଜିର ମ୍ୟାଚକୁ ଜିତି ପ୍ରଥମ ଦଳ ଭାବରେ ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ । ସେହପରି ହାଇଦ୍ରାବାଦକୁ ପ୍ଲେ ଅଫ ରେସରେ ରହିବାକୁ ହେଲେ ଅବଶିଷ୍ଟ ସମସ୍ତ ମ୍ୟାଚ ଜିତିବାକୁ ପଡ଼ିବ । ଜିତିବା ସହ ନିଜ ରନ ରେଟ ମଧ୍ୟ ବଢ଼ାଇବାକୁ ପଡ଼ିବ । ଚଳିତ ସିଜନରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀକୁ ୧୫ ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚ ଜିତି ଗତ ମ୍ୟାଚର ପ୍ରତିଶୋଧ ନେବା ସହ ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!