Masthead

କଟକ: ବଡ଼ ମେଡିକାଲରେ ଅଘଟଣ, ଚିକିତ୍ସାଧୀନ ରୋଗୀ ଉପରେ ଛିଡ଼ି ପଡ଼ିଲା ଫ୍ୟାନ୍

କଟକ (ବଡ଼ ଖବର ବ୍ୟୁରୋ): କଟକ ବଡ଼ ମେଡିକାଲରେ ଅଘଟଣ । ଚିକିତ୍ସିତ ଅବସ୍ଥାରେ ରୋଗୀ ଉପରେ ଛିଡ଼ି ପଡ଼ିଲା ଫ୍ୟାନ୍ । ଗୁରୁତର ଅବସ୍ଥାରେ ରୋଗୀକୁ ଆଇସିୟୁ କୁ ସ୍ଥାନାନ୍ତର। କଟକ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଘଟିଛି ଏହି ଅଘଟଣ।

ଯାଜପୁର ଅଞ୍ଚଳର ଜଣେ ମହିଳା ନିଆଁ ରେ ପୋଡ଼ି ହୋଇ ସର୍ଜରୀ ବିଭାଗରେ ଗତ କିଛିଦିନ ହେଲା ରହି ଚିକିତ୍ସିତ ହେଉଥିଲେ। ତେବେ ଆଜି ବେଡ ମିଳି ନଥିବାରୁ ତଳେ ମହିଳା ଜଣକ ଶୋଇଥିବା ବେଳେ ଠିକ୍ ଉପରେ ଥିବା ଏକ ସିଲିଂ ଫ୍ୟାନ ଚାଲୁଥିବା ଅବସ୍ଥାରେ ହଠାତ୍ ଛିଣ୍ଡିପଡିଥିଲା।

ମହିଳାଙ୍କ ମୁଣ୍ଡ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଗୁରୁତର ହେବାରୁ ତାଙ୍କୁ ଆଇସିୟୁ କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ପାଇଁ ମହିଳାଙ୍କ ସମ୍ପର୍କୀୟ ମେଡିକାଲ କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ତେବେ କଟକ ବଡ଼ ମେଡ଼ିକାଲରେ ବାରମ୍ବାର ଏହି ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷଙ୍କ ଚେତା ପଶୁନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା