ବାଚସ୍ପତିଙ୍କୁ ‘ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭାର ଚତୁର୍ଥ ଦିନ । ୩ ଦିନ ହୋ-ହଲ୍ଲା ପରେ ସ୍ୱାଭାବିକ ହୋଇଥିଲା ପ୍ରଶ୍ନକାଳ । ଆଜି ପ୍ରଶ୍ନକାଳ ସମୟରେ ଗୃହରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି । ବାଚସ୍ପତିଙ୍କୁ ‘ଅପା’ ବୋଲି ସମ୍ବୋଧନ କରିଛନ୍ତି କୃଷିମନ୍ତ୍ରୀ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନୂତନ ବାଚସ୍ପତିକୁ ‘ଅପା’ ବୋଲି ସମ୍ବୋଧନ କରିବା ପରେ ବିରୋଧୀ ଦଳ ନେତା ଆପତି ଉଠାଇଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ବାହୀନିପତି ନିଜ ନିଜ ସ୍ଥାନରୁ ବସି ଆପତି ଉଠାଇଥିଲେ ।

ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହାତଯୋଡ଼ି କହିଥିଲେ, ସବୁବେଳେ ‘ଅପା’ ବୋଲି ଡାକନ୍ତି ତେଣୁ ପାଟିରୁ ‘ଅପା’ ଶବ୍ଦ ବାହାରିଗଲା । ଯଦି ଆପଣମାନେ କହୁଛନ୍ତି ତେବେ ଅନରେବଲ ସ୍ପିକର ମ୍ୟାଡମ ଯଥା ‘ଅପା’ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷିମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!