Masthead

ଅଙ୍ଗଦାନ କଲେ ‘ବଡ଼ ଖବର’ ସାମ୍ବାଦିକ

କଟକ, (ବଡ଼ ଖବର ବ୍ୟୁରୋ): ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ କଥା ଭାବନ୍ତି । ପରକଥା ଚିନ୍ତା କରିବା ଲାଗି ସମୟ ନାହିଁ । କିନ୍ତୁ ଆଜି ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟକୁ ସାହାଯ୍ୟ କରିବା ଲାଗି ସବୁବେଳେ ଆଗେଇ ଆସିଥାନ୍ତି । ଏମିତି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି, ଉଦୀୟମାନ ସମାଜସେବୀ ତଥା ଟାଙ୍ଗୀ- ଚୌଦ୍ୱାର ଅଞ୍ଚଳର ‘ବଡ଼ ଖବର’ ସାମ୍ବାଦିକ ପ୍ରଦୀପ କୁମାର ନାୟକ । ସେ ସମ୍ପୂର୍ଣ୍ଣ ଅଙ୍ଗକୁ ଚିକିତ୍ସା, ଡାକ୍ତରୀ ଅନୁସନ୍ଧାନ ଓ ଅଧ୍ୟୟନ ଲାଗି ଦାନ କରିଛନ୍ତି । ଅଙ୍ଗ ଦାନ କରିବା ପାଇଁ ସମାଜ ରିଲିଫ୍‌ କମିଟି ସଂପାଦକ ତଥା ଶରୀର ଅଙ୍ଗଦାନ ରାଜ୍ୟ ସଭାପତି ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ କଟକସ୍ଥିତ ସମାଜ ଅଫିସରେ ସ୍ୱାକ୍ଷର ପ୍ରଦାନ କରିଥିଲେ ପ୍ରଦୀପ ।

ପ୍ରଦୀପ କହିଛନ୍ତି ଯେ ମୃତ୍ୟୁପରେ ଶରୀର ଦାନ କରିବାର ସଂକଳ୍ପ ସମାଜରେ ପ୍ରଚାର କରାଯିବା ଉଚିତ। ଯାହାଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନବର ଆନାଟୋମି ଜ୍ଞାନ ମଧ୍ୟ ବୃଦ୍ଧି ପାଇବ। ଆନାଟୋମି ବିନା ଡାକ୍ତରୀ ବିଜ୍ଞାନ କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ସେ ଆହୁରି କହିଛନ୍ତି ଯେ ମୃତ୍ୟୁ ପରେ ଡାକ୍ତରୀ ଅଧ୍ୟୟନ ପାଇଁ ଅନେକ ଲୋକ ନିଜ ଶରୀରକୁ ଦାନ କରିବାକୁ ଆଗେଇ ଆସୁଛନ୍ତି ଏବଂ ସମାଜରେ ଏହି ଧାରଣାକୁ ପ୍ରୋତ୍ସାହିତ କରାଯିବା ଉଚିତ। ସମାଜର ଯୁବପିଢ଼ି ମାନେ ଏହିଭଳି ମହତ୍ କାର୍ଯ୍ୟରେ ନିଜର ଯୋଗଦାନ କରନ୍ତୁ ବୋଲି ଆଶା ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା