Masthead

ଓଡ଼ିଶାକୁ ନାହିଁ ସତର୍କ ସୂଚନା: ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫନି ବାତ୍ୟାକୁ ୪ ବର୍ଷ ପୂରିଛି । ସେ ବାତ୍ୟାର ତାଣ୍ଡବ ଏଯାଏଁ ମନରୁ ଲିଭିନି । ଠିକ୍ ଏତିକିବେଳେ ପୁଣି ମେ’ ମାସରେ ଆଉ ଏକ ବାତ୍ୟା ଭୟ ସୃଷ୍ଟି ହୋଇଛି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ବାତ୍ୟା କେଉଁଠି ହିଟ୍ କରିବ, ଏହାର ତୀବ୍ରତା କେତେ ରହିବ ଏଯାଏଁ ସ୍ପଷ୍ଟ ହୋଇନି । ଯାହା ମଡେଲରୁ ଜଣାପଡ଼ୁଛି, ୬ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବ । ଏହା ୮ ତାରିଖ ସୁଦ୍ଧା ଲଘୁଚାପ ହୋଇ ଅବପାତରେ ପରିଣତ ହେବ । ୯ ତାରିଖରେ ଏହା ବାତ୍ୟାର ରୂପ ନେବ । କିନ୍ତୁ ଏହି ବାତ୍ୟା ସ୍ଥଳଭାଗକୁ ଛୁଇଁବ କି ନାହିଁ, ଏହାର ଗତି କେଉଁ ଆଡ଼କୁ ହେବ, କେଉଁ ଅଞ୍ଚଳରେ ଅଧିକ ପ୍ରଭାବ ରହିବ ତାହା ଦିନେ ଦୁଇଦିନ ପରେ ସ୍ପଷ୍ଟ ହେବ । ୭ ତାରିଖରୁ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ନ ଯିବା ଉଚିିତ । କାରଣ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ବଢିବ । ଅନ୍ୟପକ୍ଷରେ, ବାତ୍ୟାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲାକୁ ଏସଆରସି ସତର୍କ ସୂଚନା ଜାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ