Masthead

ଶୀତରେ ଥରୁଛି ସାରା ଓଡ଼ିଶା, ଭୁବନେଶ୍ବରରେ ୧୩ ଡିଗ୍ରୀ ଯାଏ ଖସିଲା ପାରଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଜାଡ଼ର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଭୁବନେଶ୍ବରରେ ୧୩ ଡିଗ୍ରୀ ଯାଏ ଖସିଲା ପାରଦ । ୨୦୦୦ ମସିହା ପରେ ନଭେମ୍ବରରେ ରେର୍କଡ କଲା ତାପମାତ୍ରା । ୨୦୧୭ରେ ନଭେମ୍ବରରେ ସର୍ବନିମ୍ନ ତାପମାତ୍ରା ୧୩.୭ ଥିଲା । ଆଜି ରାତି ତାପମାତ୍ରା ୧୨.୯ ଡିଗ୍ରୀକୁ ଖସି ରେକର୍ଡ କଲା ତାପମାତ୍ରା । ସେପଟେ କନ୍ଧମାଳ ଜି.ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀକୁ ଖସିଆସିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସେମିଳିଗୁଡାରେ ତାପମାତ୍ରା ୭.୪ ଡିଗ୍ରିରେ ପହଞ୍ଚିଛି । ସ୍ଥିତି ଏମିତି ଯେ ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି । ୧୪ ଡିଗ୍ରି ତଳେ ରହିଛି କଟକ, ଭୁବନେଶ୍ବର ତାପମାତ୍ରା ।

ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଦେହ, ହାତ ଥରାଇ ଦେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ରହିବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ।ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ଏବେ ପାଇଁ ଶୀତ କମିବାର ସମ୍ଭାବନା ନାହିଁ । ୪ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ତଥାପି ଥଣ୍ଡା କମିବନି ବୋଲି ପୂର୍ବାନୁମାନ କରାଯାଇଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୫.୮ ଡିଗ୍ରୀ ରେକର୍ଡହୋଇଥିଲା । ଚଳିତ ଶୀତ ଋତୁରେ ଏହା ସବୁଠୁ କମ୍ ତାପମାତ୍ରା । ହାଡ଼ଭଙ୍ଗା ଶୀତ ଯୋଗୁ ଏଠାରେଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୀତ ସାଙ୍ଗକୁ କାଲୁଆ ପବନରେ ଲୋକେ ନାକେଦମ୍ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ