Masthead

ଦୈନିକ ଭାସ୍କରର ବିଭିନ୍ନ ରାଜ୍ୟ ଅଫିସରେ ଆୟକର ବିଭାଗର ରେଡ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦେଶର ଅନ୍ୟତମ ଗଣମାଧ୍ୟମ ଦୈନିକ ଭାସ୍କରରେ ରେଡ଼ କରିଛି ଆୟକର ବିଭାଗ । କର ଚୋରି ଅଭିଯୋଗରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏହି ଗଣମାଧ୍ୟମ ସଂସ୍ଥା ଅଫିସରେ ରେଡ୍ କରିଛି । ଯେଉଁ ଖବରକୁ ନେଇ ଏବେ ସଂସଦରେ ବି ହୋ ହାଲ୍ଲା ଆରମ୍ଭ ହୋଇଛି । ଏହାକୁ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବୋଲି ମଧ୍ୟ କହିଛନ୍ତି ବିରୋଧୀ । ତେବେ ଏହି ପ୍ରସଙ୍ଗକୁ ନେଇ କିଛି ସମୟ ପର୍ଯ୍ୟନ୍ତ ସଂସଦକୁ କିଛି ସମୟ ସ୍ଥଗିତ କରାଯାଇଥିଲା । ଗୁରୁବାର ସକାଳୁ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ କାର୍ଯ୍ୟାଳୟରେ ଏହି ରେଡ୍ ହୋଇଛି ।

ତେବେ କରୋନାର ଦ୍ୱିତୀୟ ଲହର ସମୟରେ ଏହି ଗଣମାଧ୍ୟମ ସଂସ୍ଥା ସରକାରଙ୍କ କୋଭିଡ଼ ପରିଚାଳନାକୁ ନେଇ ପ୍ରଶ୍ନ କରିଥିଲା । ତେଣୁ କେନ୍ଦ୍ର ସରକାର ଏପରି କରିଥିବା କଂଗ୍ରେସ ଅଭିଯୋଗ କରିଛି । ଆୟକର ବିଭାଗ ରେଡ୍ କରିବା ବେଳେ ଦୈନିକ ଭାସ୍କରର ମୁଖ୍ୟ ସମ୍ପାଦକ ଏଲପି ପନ୍ତ ଟ୍ୱିଟ୍ କରି ଗୋଟିଏ ଶାୟରୀ ଲେଖିଛନ୍ତି, ‘ ସତ ବଢ଼ୁ କିମ୍ବା କମୁ ସତ୍ୟ ରହିବ ନାହିଁ, ହେଲେ ମିଛର ଅନ୍ତ ନାହିଁ।’ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ଟ୍ୱିଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା