Masthead

ଦଳିତ ମହାସଂଘର ସମାବେଶ

ପିପିଲି(ବଡ଼ ଖବର ବ୍ୟୁରୋ): କିଷ୍ଣାମଣ୍ଡପରେ ଜାତୀୟ ଦଳିତ ଆଦିବାସୀ ମାଇନରିଟ ମହାସଂଘ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ବିଜୟ ସେଠୀ ସଭାପତିତ୍ୱ କରିଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସ୍ତରୀୟ ଦଳିତ ସମ୍ପ୍ରଦାୟର ବହୁ ନେତା ଯୋଗ ଦେଇଥିଲେ । ଏହି ପ୍ରତିବାଦ ସଭାରେ ଓଡିଶା ହାଇକୋର୍ଟର ଆଇନଜୀବୀ କବିରାଜ ପ୍ରଧାନ, ପୁରୀଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ, ଭୀମ ଆର୍ମି ପାର୍ଟିର ରାଜ୍ୟ ସଭାପତି ଲଙ୍କେଶ ରାଉତ, ସମାଜସେବୀ ପ୍ରବୀର ହାଲଦାରଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

ସଭାରେ ଗତ ଫନି ବାତ୍ୟାରେ ବାସହରା ହୋଇଥିବା ଫନି ବିପନ୍ନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଶାସନ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ମିଳିତ ଭାବେ ଅଚଳ କରିଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । କିଛି ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଅଚଳ ହେବା ଯୋଗୁଁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଅଚଳ ବ୍ୟାଙ୍କ ଖାତାକୁ ସଚଳ କରି ଅଭିଯୋଗକାରୀଙ୍କୁ ଟଙ୍କା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଯଦି ପ୍ରଶାସନ କୋର୍ଟ ନିର୍ଦେଶକୁ ପାଳନ ନ କରନ୍ତି ତେବେ ଆଗାମୀ ଦିନରେ ଜାତୀୟ ଦଳିତ ଆଦିବାସୀ ମାଇନାରୀଟି ମହାସଂଘ ରାଜରାସ୍ତାକୁ ଓଲହାଇବ ଏବଂ ଦରକାର ପଡ଼ିଲେ ବ୍ଲକ ତହସିଲ ଘେରାଉ କରିବ ବୋଲି ଚେତାବନୀ ଦେଇଛି । ସଭା ଶେଷରେ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ଜିଲ୍ଲାର ବିଭିନ୍ନ ଅଂଚଳର ସାମ୍ଵାଦିକମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ