କୋଟଗଡ଼ରେ କନ୍ଧମାଳ ସାଂସଦ

କୋଟଗଡ଼ (ବଡ଼ ଖବର ବ୍ୟୁରୋ): ସାଂସଦ ଅଚ୍ୟୁତ ସାମଲ ତିନି ଦିନିଆ ଗସ୍ତରେ ଆସି ଆଜି କୋଟଗଡ଼ ରେ ପହଞ୍ଚିଥିଲେ । । ତାଙ୍କ ଗସ୍ତ କାଳରେ କୋଟଗଡ଼ର ହରିପୁର ଗାଁ ରାସ୍ତାର ଶିଳାନ୍ୟାସ କରିଥିଲେ । ପରେ ସେ ବନ ବିଭାଗ ବଙ୍ଗଳାଠାରେ କର୍ମୀ ସମ୍ମିଳନୀ ସହ ଜନସାଧାରଣଙ୍କ ସହ ଆଲୋଚନ କରିଥିଲେ । କର୍ମୀ ସମ୍ମିଳନୀ ସମୟରେ ନବ ନିର୍ବାଚିତ ବ୍ଲକକର୍ମୀମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ ।ସେମାନଙ୍କ ମଧ୍ୟରୁ ମହେନ୍ଦ୍ର ପଣ୍ଡା ଛାତ୍ର ଜିଲ୍ଲା ସମ୍ପାଦକ ,ଚନ୍ଦ୍ରଶେଖର ବଡ଼ସେଠ ,ବିଜୁଛାତ୍ର ନେତା କୋଟଗଡ଼ ଓ କିବାରଜ ମଲିକ ବିଜୁ ଯୁବ ସଭାପତି କୋଟଗଡ଼ ଅଛନ୍ତି । ଏହାସହ ବିଜୁ ଜନତା ଦଳର ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଯଉଁଥିରେ ବିଭିନ୍ନ ପଂଚାୟତ ବହୁ କଂଗ୍ରେସକର୍ମୀ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।

ସେଥି ମଧ୍ୟରୁ ମାର୍ଲାଙ୍ଗା ପଞ୍ଚାୟତର ସରପଞ୍ଚ ସନାତନ ପ୍ରଧାନ ସହ ତାଙ୍କର ୪୧ ଜଣ ସମର୍ଥକ କଂଗ୍ରେସକର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହାସହ ପ୍ରାୟ ୮୦/୯୦ ଜଣ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିର ସାମିଲ ହୋଇଥିଲେ । ପରେ ସାଂସଦ କୋଟଗଡ଼ରେ କିସ ହଷ୍ଟେଲ ଓ କିମ୍ସ ପାଇଁ ଜମି ଦେଖିଥିଲେ । ଏହି କାର୍ଯକ୍ରମରେ ସାଂସଦଙ୍କ ସହ ରାଜୀବ ପାତ୍ର ପୂର୍ବତନ ବିଧାୟକ ବାଲିଗୁଡା , ସାଂସଦ ପ୍ରତିନିଧି ମନୋଜ ସାବତ ,ବ୍ଲକ ଅଧକ୍ଷା ଶ୍ରୀମତୀ ସବିତା ମଲିକ ,କୋଟଗଡ଼ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶ୍ୱେତେଳୀନ ସୁକାମଝି, ଉପାଧ୍ୟକ୍ଷ ଶ୍ରୀ ଜି ଭି ପାନ୍ତୁଳ ରାୟ ,ବିଧାୟକ ପ୍ରତିନିଧି ଶ୍ରୀ ପରାସର ପାଟମାଝି ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ