Masthead

ମୁମ୍ବାଇରେ ବିଲ୍‌ବୋର୍ଡ ପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

 ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼। ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସେହିପରି ୭୦ରୁ ଅଧିକ ଆହତ ହୋଇଛନ୍ତି। ୪୩ ଜଣ ଆହତ ଏବେ ବି ଚିକିତ୍ସାଧୀନ ଥିବା ବେଳେ ୩୧ ଜଣ ଆହତଙ୍କୁ ଡିସଚାର୍ଜ କରାଯାଇଛି।ହୋର୍ଡିଂ ଭୁଶୁଡ଼ି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋମବାର ଅପରାହ୍ନରେ ହଠାତ୍‌ ଧୂଳି ଝଡ଼ ମାଡ଼ି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ସେପଟେ ଏହି ବେଆଇନ୍‌ ହୋର୍ଡିଂ ଲଗାଇଥିବା ସଂସ୍ଥାକୁ ନୋଟିସ୍‌ ଜାରି ହୋଇଛି। ଗତକାଲି ମୁମ୍ବାଇ ଆକାଶରେ ହଠାତ ମାଡ଼ି ଆସିଥିଲା ଘୂର୍ଣ୍ଣିଝଡ଼। କେହି କିଛି ବୁଝିବା ଆଗରୁ ଧୂଳିଝଡ଼ରେ ଅନ୍ଧକାରମୟ ହୋଇଯାଇଥିଲା ପୂରା ପରିବେଶ। ଏହି ଭୟଙ୍କର ଧୂଳିଝଡ଼ ପ୍ରଭାବରେ ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲ୍‌ବୋର୍ଡ ଭାଙ୍ଗି ଏକ ପେଟ୍ରୋଲ ପମ୍ପ ଉପରେ ପଡ଼ି ଯାଇଥିଲା। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ