ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିକ୍ଷା ବ୍ୟବସ୍ଥାକୁ ନେଇ ବିଜେଡି ବିଧାୟକ ଦେବି ପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ରାଜ୍ୟରେ ଶିକ୍ଷାର ମାନ ଜମା କମି ନାହିଁ । ସ୍କୁଲ ଶିକ୍ଷା ଲାଗି କେନ୍ଦ୍ର ସରକାର ଏବଂ ତାଙ୍କର ଅନୁଶୀଳନ ସଂସ୍ଥା ପ୍ରଶଂସା କରିଛନ୍ତି । ଫାଇଭଟି ଅଧୀନରେ ରାଜ୍ୟରେ ସ୍କୁଲରେ ଡିଜିଟାଲ ପ୍ରୟୋଗ ଏବଂ ଭିତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । କେଉଁ ଦିଗକୁ ନେଇ ସେ ମୂଲ୍ୟାୟନ କରିଛନ୍ତି ତାହାକୁ ଦେଖିବାକୁ ପଡ଼ିବ ।
https://www.youtube.com/watch?v=u4y5Xgshm64
ରାଜ୍ୟରେ ଶିକ୍ଷାର ମାନ କମିବା କଥା ଗାଁ ଗହଳି ଲୋକଙ୍କୁ ପଚାରନ୍ତୁ, ସ୍କୁଲ କମିଟିକୁ ପଚାରନ୍ତୁ, ଶିକ୍ଷକ ସମାଜ, ଅଭଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ପଚାରନ୍ତୁ ଆପଣ ଉତ୍ତର ପାଇଯିବେ । ସମସ୍ତେ ଖୁସି ଗାଁ ସ୍କୁଲରେ ସହରୀ ସୁବିଧା ଉପଲବ୍ଧ ହେଉଛି । ଏକବିଂଶ ଶତାବ୍ଦୀ ଜ୍ଞାନର ଯୁଗରେ ସ୍କୁଲଗୁଡିକ ଅସଜଡା ହୋଇ ପଡିଥିଲା । ଭିତିଭୂମି ନଥିଲା ଏବେ ପରିସ୍ଥିତି ବହୁତ ଭଲ ହୋଇଛି । ବିରୋଧୀଙ୍କୁ ଦେଖା ଯାଉନି ଯଦି ମୋର କିଛି କହିବାର ନାହିଁ ।