Masthead

ବଢ଼ୁଛି ଋଣଭାର, ପରିବାର ପିଛା ୨ଲକ୍ଷରୁ ଅଧିକ ଋଣ ପଡ଼ୁଥିବାରୁ ପରିଶୋଧ ପାଇଁ ଆଗେଇ ଆସିଲେ ଗାନ୍ଧି ରମେଶ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ) : ଦେଖିବାକୁ ମାହାତ୍ମା ଗାନ୍ଧିଙ୍କ ଭଳି । ସେ ସବୁବେଳେ ଗାନ୍ଧିଙ୍କ ଭଳି ଆଣ୍ଠୁ ଉପରକୁ ଧୋତି ଓ ଚଷମା ପିନ୍ଧନ୍ତି। ସରକାରଙ୍କୁ ଦେଇଛନ୍ତି ୨.୬୩ ଲକ୍ଷର ଚେକ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଭଳି ପୋଷାକ ପରିଧାନ କରି ଜଣେ ବ୍ୟକ୍ତି ତାମିଲନାଡୁ ସରକାରଙ୍କୁ ଦେଇଛନ୍ତି ୨.୬୩ ଲକ୍ଷର ଚେକ । ତେବେ ସରକାର କିନ୍ତୁ ଏହାକୁ ଗ୍ରହଣ କରିନାହାନ୍ତି । ପରିବାରର ଋଣ ପରିଷୋଧ କରିବାକୁ ଗାନ୍ଧି ରମେଶ ନାମକ ଜଣେ ବ୍ୟକ୍ତି ସହାୟତାର ହାତ ବଢ଼ାଇଥିଲେ । ତେବେ ସେ ହେଲେ ମହାତ୍ମା ଗାନ୍ଧିଙ୍କ ଅନୁଗାମୀ ।

ଏହି ବେଶରେ ସେ ରାଜ୍ୟ ଉପରେ ପଡ଼ିଥିବା ଋଣ ପରିଶୋଧ ପାଇଁ ସାମାନ୍ୟ ସାହାଯ୍ୟ କରିବାକୁ ଚାହୁଁଥିଲେ । ସୂଚନା ଅନୁଯାୟୀ, ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣଭାର ୫,୭୦,୧୮୯ କୋଟିରେ ପହଞ୍ଚିଛି । ତାମିଲନାଡୁରେ ୨,୧୬,୨୪,୨୩୮ ପରିବାର ରହୁଛନ୍ତି। ଏହାର ଅର୍ଥ ପ୍ରତି ପରିବାର ମୁଣ୍ଡରେ ୨,୬୩,୯୭୬ ଟଙ୍କାରେ ଋଣ ବୋଝ ପଡ଼ିବ।

ସରକାର ପରିବାର ପିଛା ୨,୬୩,୯୭୬ ଟଙ୍କା ଋଣ ପଡ଼ୁଥିବା କହିଥିବାରୁ ଗାନ୍ଧି ରମେଶ ଉକ୍ତ ପରିମାଣର ଟଙ୍କାର ଗୋଟିଏ ଚେକ୍‌ ଧରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ଏହି ଚେକ୍‌ ଦେଇ ସେ ସରକାରଙ୍କ ଠାରୁ ଋଣମୁକ୍ତ ଟୋକନ ଆଣିବାକୁ ଚାହିଁଥିଲେ। ତେବେ ଅଧିକାରୀମାନେ ଏହି ଚେକକୁ ଗ୍ରହଣ କରିବାକୁ ମନା କରିବା ସହ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ରମେଶ ଏପରି କରି ଅନ୍ୟମାନଙ୍କୁ ସରକାରୀ ଋଣ ସୁଝିବାରେ ସହାୟତା କରିବାକୁ ମଧ୍ୟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ