ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ

ବାହାନଗା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ। ରୋଗୀଙ୍କୁ ନ ଦେଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ଅବଧି ଥିବା ସରକାରୀ ଔଷଧ। ଅବଧି ଥିବା ସରକାରୀ ମାଗଣା ଔଷଧ ରୋଗୀ ଙ୍କୁ ଦେବା ପରିବର୍ତ୍ତେ ରାସ୍ତା ପାର୍ଶ୍ଵ ଅଳିଆ ଗଦା ରେ ଫିଙ୍ଗା ଯିବା ଏବେ ଚର୍ଚ୍ଚା ର ବିଷୟ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖନ୍ତାପଡ଼ା ଥାନା ନିମିକି ସଡ଼କ କଣ୍ଟିଆ ଚିରା ନଦୀ ପାର୍ଶ୍ୱରେ। ଏହି ସବୁ ଔଷଧର ଅବଧି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଥିଲେ ବି ଏହାକୁ ଫୋପାଡ଼ି ଦିଆଯାଇଛି ।

ଫୋପଡ଼ା ଯାଇଥିବା ଔଷଧ ଭିତରେ ରହିଛି ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ । ଏହି ସବୁ ଔଷଧ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା । ହେଲେ ରୋଗୀଙ୍କୁ ନ ଦେଇ କାହିଁକି ଓ କିଏ ଫିଙ୍ଗିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ମେଡିସିନରେ ଲେଖା ରହିଛି । ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା ବେଳେ କାହିଁକି ଔଷଧ ଫିଙ୍ଗିଦିଆଗଲା ଓ କେଉଁଠୁ ଔଷଧ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ