Masthead

ବିଜୟରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କଲା ଚେନ୍ନାଇ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ ୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଛି। ଦଳର ଖେଳାଳିମାନେ ୧୭୬ ରନ୍‌ କରିଛନ୍ତି। ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା। ଚେନ୍ନାଇ ୧୮.୪ ଓଭରରେ ୪ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରି ନେଇଥିଲା।

ଦଳ ପକ୍ଷରୁ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ରାଚିନ ରବୀନ୍ଦ୍ର ୩୭, ଶିବମ ଦୁବେ ୩୪ଞ୍ଚ, ଅଜିଙ୍କ୍ୟ ରାହାନେ ୨୭, ରବୀନ୍ଦ୍ର ଜାଡେଜା ୨୫ଞ୍ଚ ଓ ଡାରିଲ ମିଚେଲଙ୍କ ୨୨ ରନର ଅବଦାନ ବଳରେ ୮ଟି ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ୧୧୦ ରନରେ ଚେନ୍ନାଇ ୪ର୍ଥ ଉଇକେଟ ହରାଇଥିଲା। ଦୁବେ ଓ ଜାଡେଜା ଅସମାପ୍ତ ୫ମ ଉଇକେଟରେ ୩୭ ବଲ୍‌ରୁ ୬୬ ରନ ଯୋଗକରି ଦଳକୁ ବିଜୟୀ କରିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ କାମେରନ ଗ୍ରୀନ୍‌ ୨ଟି ଏବଂ ୟଶ ଦୟାଲ ଓ କର୍ନ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି