Masthead

ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗିରଫ କଲା ପୋଲିସ୍ । ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କାର୍ଡ ଓ ଘଉଳି ଥାନା ପୋଲିସ । ପୂର୍ବରୁ ଏହି ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ସୁଦ୍ଧା ଆହୁରି 2 ସହଯୋଗୀ ଫେରାର ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ।

ତେବେ ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁରେ ରହିଛି ଏକାଧିକ ମାମଲା । ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଧଉଳି ଗଣଦୁଷ୍କର୍ମ ଘଟଣା । ଘଟଣା ରେଡ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି । ପୋଲିସ ତଦନ୍ତ ବେଳେ ହାପିର ମୋବାଇଲ୍‌ ଫୋନ୍‌କୁ ଟ୍ରାକିଂ କରିବାରୁ ସଫଲତା ପାଇଛି । ଗଣବଳାତ୍କାର ଘଟଣା ପରେ ହାପି କେଉଁଆଡ଼େ ଫେରାର୍‌ ହୋଇନଥିଲା ।

ପୋଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ନେଇଥିବା ଜାଣିବାରୁ ୨ ଦିନ ଧରି ଶିଶୁପାଳଗଡ଼ ଓ ଧଉଳି ଅଞ୍ଚଳରେ ଛାତି ଫୁଲାଇ ଘୁରି ବୁଲୁଥିଲା । ଘଟଣା ପରଦିନ ଅପରାହ୍ଣରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପକୁ ଯାଇଥିଲା । ସେଠାରେ ପାର୍କିଂ ଘଟଣାକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାର୍‌ପିଟ୍‌ କରିଥିଲା । ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ଫେରିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶସ୍ତ ହେଲା ଏହି ସବୁ ଜିନିଷ 🔴 ଆଜି ଆସିବ କେନ୍ଦ୍ରୀୟ ବଜେଟ୍ 🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 ଶସ୍ତ ହେଲା ଏହି ସବୁ ଜିନିଷ 🔴 ଆଜି ଆସିବ କେନ୍ଦ୍ରୀୟ ବଜେଟ୍ 🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ